ବାଲେଶ୍ୱର : ଜନନୀ ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାରେ ୩ ମୃତ

75

କନକ ବ୍ୟୁରୋ : ବାଲେଶ୍ୱରର ବରୁଣିଗାଡିଆ ୧୬ ନମ୍ବର ଜାତୀୟ ରାଜପଥରେ ଜନନୀ ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଛି ଟ୍ରକ । ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଥିବା ପ୍ରସୂତିଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାରେ ପ୍ରସୂତି ମହିଳାଙ୍କ ସ୍ୱାମୀ ଓ ଆଶାକର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେମାନେ ଜନନୀ ଏକ୍ସପ୍ରେସରେ ବାଲେଶ୍ୱର ମେଡିକାଲକୁ ଆସୁଥିଲେ । ଏମାନେ ସମସ୍ତେ ଭୋଗରାଇ ବ୍ଲକ ରାଣୀବାସନ ଅଂଚଳ ବୋଲି ଜଣାପଡିଛି ।