ପ୍ରଶାସନର ବାରଣକୁ ଫୁ । ରକ୍ତରଞ୍ଜିତ ହେଲା ଭାବନୀପାଟଣାର ମା ମାଣିକେଶ୍ୱରୀଙ୍କ ପୀଠ

39
କନକ  ବ୍ୟୁରୋ : କଳାହାଣ୍ଡିର  ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା ମହାଧୂମଧାମରେ ଆରମ୍ଭ ହୋଇଛି । ନିଶାର୍ଦ୍ଧରେ ମା’ ମାଣିକେଶ୍ୱରୀ ମନ୍ଦିରରୁ ଛତର ପରଦେଶୀପଡା ନିକଟ ଜେନାଖାଲକୁ ଅଣାଯାଇଥିଲା । ସେଠାରେ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ପରେ ସକାଳୁ ଭକ୍ତଙ୍କୁ ଦର୍ଶନ ପାଇଁ ଛତର ଯାତ୍ରା ଆରମ୍ଭ ହୋଇଛି । ତେବେ ମନା ସତ୍ୱେ ଏବେଠୁ ଭକ୍ତ ମାନେ ନିଜର ମନୋକାମନା ପୂର୍ଣ୍ଣ ପାଇଁ ପଶୁବଳୀ ଦେଇଛନ୍ତି । ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ଯାଏଁ ଦୀର୍ଘ ୪ କିଲୋମିଟର ରାସ୍ତା ରେ ମା’ ଙ୍କର ଛତର ସାଂସ୍କୃତିକ ଦଳ ମାନଙ୍କ ସହ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମା’ଙ୍କ ଗୋଡତଳେ ବଳି ଦେବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଅପେକ୍ଷା କରିଛନ୍ତି ।
ରାଜାରାଜୁଡା ଅମଳରୁ ଚାଲି ଆସୁଥିବା ଏହି ପ୍ରଥାକୁ ସରକାର ଚାହିଁଲେ ବି ବନ୍ଦ କରି ପାରୁନାହାନ୍ତି । ବଳି ସପକ୍ଷବାଦୀ ମାନେ ମା’ଙ୍କୁ ବଳି ଦେଲେ ହିଁ ମନୋକାମନା ପୁର୍ଣ୍ଣ ହେଉଥିବା କଥା ଯୁକ୍ତି ବାଢୁଥିବା ବେଳେ ମୁଣ୍ଡ ନୁଆଁଇଛି ପ୍ରଶାସନ  । ତେବେ କେବଳ ଚଳିତ ଥର ନୁହେଁ ବରଂ ପ୍ରତ୍ୟେକ ବର୍ଷ ଏପରି ବଳୀ ଭକ୍ତମାନେ ଦେଉଥିବାର ଦେଖାଯାଇଛି । ସରକାର ପଶୁବଳୀ ନଦେବା ପାଇଁ କହୁଥିଲେ ମଧ୍ୟ ଲୋକମାନେ ସରକାରଙ୍କ ନିୟମକୁ ମାନୁନଥିବା ଦେଖାଯାଉଛି । ମିଳିଥିବା ସୂଚନା ଅନୁସାରେ ଚଳିତଥର ମଧ୍ୟ ଶତାଧିକ ବଳୀ ଦିଆଯିବା ପାଇଁ ଲୋକମାନେ ମାନସିକ କରିଛନ୍ତି ।