ବିଜେଡିରୁ ପୁଣି ଥରେ ଟିକେଟ ପାଇବାକୁ ଆଶା ବାନ୍ଧିଲେ ବଳଭଦ୍ର ମାଝୀ । ନବରଙ୍ଗପୁର ସାଂସଦ କହିଲେ, ଅତୁଟ ରଖିଛି ମୁଖ୍ୟମନ୍ତ୍ରୀଙ୍କ ଭରଷା

114

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ କିଏ ଟିକେଟ ପାଇବ କାହାର କଟିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଆଉ ଏହାରି ଭିତରେ ପୁଣି ଥରେ ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ସେ କହିଛନ୍ତି ଅତୁଟ ରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭରଷା । ତେଣୁୁ ପୁଣି ଥରେ ନବୀନ ତାଙ୍କ ଉପରେ ଭରଷା କରିବେ ।

ବଳଭଦ୍ର କହିଛନ୍ତି କି, ମୋ ଉପରେ ଯେଉଁ ଭରଷା ରଖି ମୁଖ୍ୟମନ୍ତ୍ରୀ ମୋତେ ଟିକେଟ୍ ଦେଇଥିଲେ, ଆଉ ମୁଁ ବି ମୁଖ୍ୟମନ୍ତ୍ରୀଙ୍କର ଭରଷାକୁ ଅତୁଟ ରଖିଛି । ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ମୁଁ ମୋର ଅଂଚଳବାସୀଙ୍କ ପାଇଁ ଅନେକ ଗୁଡିଏ ଉନ୍ନତିମୂଲକ କାମ କରିବାରେ ସକ୍ଷମ ହୋଇଛି । ଯେଉଁ କାରଣରୁ ଲୋକଙ୍କର ଭରଷା ଆଜି ମୁଁ ଜିତିପାରିଛି ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ଲୋକଙ୍କ ପାଇଁ ସେ ସବୁବେଳେ କାମ କରି ଆସିଛନ୍ତି । ଯେତେବେଳେ ଜନତାଙ୍କର ତାଙ୍କର ଆବଶ୍ୟକତା ପଡିଛି, ସେ ସେତେବେଳେ ସେମାନଙ୍କ ପାଖରେ ଠିଆ ହୋଇଛନ୍ତି । ତେଣୁ ଅଂଚଳବାସୀଙ୍କର ବି ତାଙ୍କ ଉପରେ ପୂରା ଭରଷା ରହିଛି । ଯେପରି ନବୀନ ପଟ୍ଟନାୟକଙ୍କ ସହିତ ଓଡିଶାବାସୀଙ୍କ ସମର୍ଥନ ରହିଛି, ସେହିଭଳି ତାଙ୍କ ସହିତ ମଧ୍ୟ ତାଙ୍କ ଅଂଚଳବାସୀଙ୍କର ପୂରା ସମର୍ଥନ ରହିଛି । ତେଣୁ ଯଦି ଟିକେଟ ମିଳେ, ତେବେ ନିଶ୍ଚିୟ ଜିତିକି ଆସିବି ବୋଲି କହିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ।