ସ୍ୱର୍ଗତ ବାଲଠାକରେଙ୍କ ଶ୍ରଦ୍ଧାଞ୍ଜଳୀରେ ଅହେତୁକ ସମ୍ମାନ ଦେଲେ ମୁସଲିମ୍ ସଂପ୍ରଦାୟ ! ମହାରାଷ୍ଟ୍ର ମାନୁଷ୍ ଙ୍କ ଉପରେ ଚଢିଲା ଅଜମେର୍ ଶରୀଫ୍ ମଜାରର ଚାଦର 

192

ମହାରାଷ୍ଟ୍ର ମାନୁଷ୍ , ବାଦଶାହା , ସିଂହ ତଥା ନିଡରତାର ପ୍ରତୀକ ଭାବରେ ଜଣାଯାଉଥିବା ଶିବସେନା ମୁଖିଆ ସ୍ୱର୍ଗତ ବାଲ୍ ଠାକରେଙ୍କ ଗତକାଲି ସପ୍ତମ ପୂଣ୍ୟତିଥି ପାଳନ କରାଯାଇଛି । ରବିବାର ମୁମ୍ବାଇର ଶିବାଜୀ ପାର୍କରେ ନେତାମାନେ ବାଲ୍ ଠାକରେଙ୍କ ସମାଧିସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ । ଏହି ସମୟରେ ହଜାର ହଜାର ସଂଖ୍ୟାରେ ଶିବସେନା କର୍ମୀ ସାମିଲ୍ ଥିଲେ । ଶିବସେନା ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ମୁସଲିମ୍ ସମୁଦାୟର ଲୋକ ବି ପହଁଚିଥିଲେ । କିଛି ଲୋକ ଅଜମେର୍ ଶରୀଫ୍ ମଜାରରୁ ଚାଦର ନେଇ ଆସିଥିଲେ । ଲୋକମାନେ ଏହି ଚାଦରକୁ ବାଲା ସାହେବ୍ ସ୍ମୃତିସ୍ଥଳରେ ଚଢାଇଥିଲେ ।

ବର୍ତ୍ତମାନ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଶାସନକୁ ନେଇ ମାହୋଲ୍ ଖୁବ୍ ଗରମ ରହିଛି ଏବଂ ଶିବସେନା କର୍ମୀ ମଧ୍ୟ ଖୁବ୍ ଜୋସ୍ ରେ ରହିଛନ୍ତି । ଚଳିତ ବର୍ଷ କଂଗ୍ରେସ ଏବଂ ଏନସିପି ନେତା ମଧ୍ୟ ବାଲା ସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଁଚିଥିଲେ । ଶିବସେନା ପ୍ରମୁଖ ତଥା ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ଏବଂ ନାତି ଆଦିତ୍ୟ ଠାକରେ ଶିବାଜୀ ପାର୍କରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ମଧ୍ୟ ବାଲା ସାହେବଙ୍କ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଁଚିଥିଲେ ।