ବାଇକ୍ ପ୍ରେମୀଙ୍କ ପାଇଁ ଖୁସି ଖବର ! ନୂଆ ରଙ୍ଗ ଏବଂ ଫିଚର୍ସ ନେଇ ବଜାରକୁ ଆସିଲା ବଜାଜ ପଲସର । 

ବଜାଜ ପଲସର୍ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ ।

1,284

ବଜାଜ ପଲସର୍ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ । ବର୍ଷ ବର୍ଷ ଧରି ଲୋକଙ୍କ ମଧ୍ୟରେ ପଲସରର ଚାହିଦା ବେଶ୍ ଦେଖିବାକୁ ମିଳିଛି । ଖାସ କରି ଯୁବପୀଢିମାନେ ପଲସରକୁ ବେଶି ପସନ୍ଦ କରିଥାନ୍ତି । ପୂର୍ବରୁ ମଧ୍ୟ ପଲସରର ଷ୍ଟାଇଲକୁ ପରିବର୍ତ୍ତନ କରାଇ ଭିନ୍ନ ଭିନ୍ନ ରୂପ ଦିଆଯାଇଛି । ପ୍ରତିବର୍ଷ ଭଳି ଆସନ୍ତା ୨୦୧୯ରେ ମଧ୍ୟ ପଲସରକୁ ଏକ ଭିନ୍ନ ରୂପ ଦେଇ ବଜାରକୁ ଲଞ୍ଚ କରାଯିବାର ବ୍ୟବସ୍ଥା କରାଯାଉଛି । ତେବେ ଆସନ୍ତୁ ଜାଣିବା ଏହି ବାଇକରେ କଣ କଣ ପରିବର୍ତ୍ତନ କରାଯାଇଛି ଏବଂ କଣ ଏହାର ଫିଚର୍ସ ରହିଛି ।

ନୂଆ ପଲସର୍ ୧୫୦ କଲେକ୍ସନକୁ ନୂଆ କଲର୍ସ ଏବଂ ଗ୍ରାଫିକ୍ସ ସହ ବଜାରକୁ ଲଞ୍ଚ କରାଯାଇଛି । କେବଳ କଲର ନୁହେଁ ଏଥିରେ ଶକ୍ତିଶାଳି ବ୍ରେକ ମଧ୍ୟ ଲଗାଯାଇଛି । ଗାଡିର କଲର କଳା ରଙ୍ଗ ରହିବା ସହ କିଛି କିଛି ଅଂଶରେ ଯେପରିକି ଚକ, ଗାଡିରେ ଲେଖାଯାଇଥିବା ନାଁ ଏବଂ ଅନ୍ୟ କେତେକ ସ୍ଥାନରେ ନାଲି, ସିଲଭର୍ ଏବଂ ହଳଦିଆ ରଙ୍ଗ ସାମିଲ ରହିବ । ଯଦି ଆମେ ଗାଡିର ମେକାନିକାଲ ଫିଚର୍ସ କଥା ନଜର କରିବା ତେବେ ପୂର୍ବ ବାଇକରେ ଯେଉଁସବୁ ଫିଚର୍ସ ରହିଥିଲା ଏହି ନୂଆ ବାଇକରେ ମଧ୍ୟ ସମାନ ଫିଚର୍ସ ରହିଛି । ଏଥିରେ ୧୪୯ ସିସି, ସିଙ୍ଗଲ ସିଲିଣ୍ଡର ଡିଟିଏସ-ଆଇ ଇଂଜିନ, ୫-ସ୍ପିଡ ଗିୟର ବକ୍ସ ଏବଂ ୩୪୦ଏମଏମ ର ଡିସ ବ୍ରେକ୍ ରହିଛି କିନ୍ତୁ କମ୍ପାନୀ ଏଯାଏ ଏହି ବାଇକରେ ଏବିଏସର ସୁବିଧା ଦେଇନାହିଁ ।