ବୈତରଣୀ ନଦୀବନ୍ଧରେ ୪ ଶହ ଫୁଟର ଘାଇ ! ଭଦ୍ରକ ଷାଠିବାଙ୍କୁଡା ଠାରେ ଧସିଲା ନଦୀବନ୍ଧ

20

କନକ ବ୍ୟୁରୋ : ଭଦ୍ରକ ଚାନ୍ଦବାଲି ଓଳଗ ପଂଚାୟତରେ ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀବନ୍ଧରେ ୪ଶହ ଫୁଟର ଘାଇ । ନଦୀ ବନ୍ଧ ସଂପୂର୍ଣ୍ଣ ଭାବେ ଧସିପଡିଛି । ବେଆଇନ ବାଲି ଉଠାଣ ଯୋଗୁଁ ନଦୀବନ୍ଧ ଧସିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ବେଆଇନ ବାଲି ଚାଲାଣକୁ ରୋକିବା ଓ ନଦୀବନ୍ଧର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବହୁବାର ଦାବି କରିଛନ୍ତି । ହେଲେ ବାତ୍ୟା ସମୟରେ କେବଳ ବାଲି ବସ୍ତା ପକାଇ ଦାୟିତ୍ୱ ସାରିଦେଇଥିଲା ପ୍ରଶାସନ । ଯାହା ଯୋଗୁଁ ଏବେ ନଦୀବନ୍ଧରେ ଘାଇ ମେଲି ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।