ବୈତରଣୀ ସାଜିଲା ବିପଦ : ଗାଧୋଇବାବେଳେ ମାଡି ବସିଲା ମଣିଷଖିଆ କୁମ୍ଭୀର

32

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜକନିକାର ମହୁରୀ ଘାଟ । ସକାଳୁ ବୈତରଣୀର ଏହି ଘାଟକୁ ଗାଧୋଇବାକୁ ଆସିଥିଲେ ରବି ନାରାୟଣ । ହେଲେ କିଏ ଜାଣିଥିଲା ଏଠି ଅପେକ୍ଷା କରିଥିଲା ମୃତ୍ୟୁ । ଖାରି ପାଣିରେ ଛକି ବସିଥିଲା ବିରାଟକାୟ କୁମ୍ଭୀର । ଆଉ ପାଣିରେ ଗୋଡ ଦେଉ ଦେଉ ମାଡି ବସିଥିଲା ଶିକାର ଉପରେ । କୂଳରୁ ଝାମ୍ପିନେଇଥିଲା ପାଣି ଭିତରକୁ ।

ଶିକାର ଦାନ୍ତରେ ଫସିଯାଇଥିଲା ରବିଙ୍କ ଗୋଡରୁ ଅଂଟାଯାଏଁ ଶରୀର । ଆଉ ଚାହୁଁ ଚାହୁଁ ଗଭୀର ପାଣିରେ ହଜିଯାଇଥିଲା ୬ ଫୁଟର ମଣିଷ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପାଣିରେ ଚାଲିଥିଲା ଜୀବନ ସହ ସଂଗ୍ରାମ । କୁମ୍ଭୀର ମୁହଁରୁ ବର୍ତିବାକୁ ଉଦ୍ୟମ କରୁଥିଲେ ରବି । ହେଲେ ଶକ୍ତ ଦାନ୍ତରେ ଜାବୁଡି ଧରିଥିଲା ମଣିଷଖିଆ କୁମ୍ଭୀର ।
ବୈତରଣୀ । ଓଡିଶାର ଲାଇଫ ଲାଇନ୍ । ରାଜ୍ୟର ପ୍ରାୟ ୪୦ ଭାଗ ଜିଲ୍ଲାକୁ ଛୁଇଁଛି ଏହି ନଦୀ । ଆଉ ନଦୀକୂଳରେ ରହିଛି ହଜାର ହଜାର ଗାଁ । ଲୋକଙ୍କ ପାଇଁ ବୈତରଣୀ ହେଉଛି ଜୀବନ ଜୀବିକା । ଚାଷ , ଜଳସେଚନ ସବୁକିଛି । ହେଲେ ଏବେ ଏହି ବୈତରଣୀ ସାଜିଛି ବିପଦ ।

ଦେଖନ୍ତୁ ଏହି ଭିଡିଓ –