ପପୁଙ୍କ ଜାମିନ୍ ଆବେଦନ ଖାରଜ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କୁ ମିଳିଲାନି ଜାମିନ । ବେଲ୍ ଦେଲେନି ବିଚାରପତି । ବର୍ତମାନ ପାଇଁ ଜେଲ ଚାରିକାନ୍ଥ ଭିତରେ ରହିବେ ଓଲିଉଡର ଏହି କମେଡି କିଙ୍ଗ । ଜେଲରୁ ବାହାରିଲେ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ କରିବା ଆଶଙ୍କା ଥିବାରୁ କୋର୍ଟ ତାଂକ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ଅଭିଯୋଗରେ ଗିରଫ ହୋଇଛନ୍ତି ପପୁ ପମପମ୍ । ଆଜି ପପୁଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ସକାଳେ ବିଚାରପତି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଝାରପଡା ଜେଲରୁ ହାଜର ହୋଇଥିଲେ ପପୁ । କୋର୍ଟରେ ଉପସ୍ଥିତ ଥିଲେ ପୀଡିତାଙ୍କ ବାପା, ମାଆ । ମାମଲାକୁ ନେଇ ପପୁଙ୍କ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଚାଲିଥିଲା ତର୍କ ବିତର୍କ ।

ତେବେ କେମିତି ଫସିଥିଲେ ପପୁ । ଦେଖନ୍ତୁ ପୁରା ଘଟଣାକ୍ରମ ।