ସଂସଦୀୟ ଦଳ ମୁଖପାତ୍ର ପଦରୁ ବିଦାୟ ନେଇ ବୈଜୟନ୍ତ ରଖିଲେ ପ୍ରତିକ୍ରିୟା : କହିଲେ ନିଷ୍ପତିରେ ଦଳର ହିତ ହେଲେ ମୁଁ ଖୁସୀ

26

କନକ ବ୍ୟୁରୋ : ପକ୍ଷ ଛେଦନ ପରେ ପ୍ରତିକ୍ରିୟା ରଖିଲେ ବୈଜୟନ୍ତ । ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୈଜୟନ୍ତ ପଣ୍ଡା । କ୍ଷୋଭର ସହ କହିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଯଦି ଦଳର ଫାଇଦା ହେବ, ତାହେଲେ ସେ ଏହାକୁ ସ୍ୱାଗତ କରିବେ ।

ବିଜେଡିରେ ଆତ୍ମସମୀକ୍ଷା କଥା କହିଥିଲେ ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ସେହି ପରିପ୍ରେକ୍ଷୀରେ ସେ ଖବରକାଗଜରେ ଲେଖିଥିବା ସଫେଇ ରଖିଛନ୍ତି । ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ଆହୁରି ଅଧିକ କଥା ଲେଖିଥିବା ଓ କହିଥିବା ସେ ପ୍ରକାଶ କରିଛନ୍ତି । ତେଣୁ ପରୋକ୍ଷରେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଇଙ୍ଗିତ କରିଛନ୍ତି ବୈଜୟନ୍ତ । ତେବେ ବିଜେପିରେ ମିଶିବା  ପ୍ରଶ୍ନକୁ ସେ ଏଡାଇଯାଇଛନ୍ତି ।

ବୈଜୟନ୍ତ କହିଛନ୍ତି, ଦଳକୁ ସୁଦୃଢ କରିବା ହେଉଛି ତାଙ୍କର ଲକ୍ଷ୍ୟ । ଦଳର ପ୍ରତିଷ୍ଠା ଦିନଠାରୁ ସେ ଦଳରେ ଅଛନ୍ତି । ଦଳର ଉତଥାନ ଦେଖିଛନ୍ତି । ଏବେ ଦଳ ଯେତେବେବେଳେ ଅସୁବିଧାରେ ପଡିଛି ସେ ଦଳକୁ ପରାମର୍ଶ ଦେଉଥିଲେ । ସଂସଦୀୟ ଦଳ ବୈଠକରେ ସେ ନିଜର ଆଭିମୁଖ୍ୟ ପାର୍ଟି ସୁପ୍ରିମୋଙ୍କୁ ଜଣାଇଥିବା କହିଛନ୍ତି ।