ବଦଳିି ଯାଇଛି ବିଜେଡି, ଏସି ରୁମରେ ଅଫିସର୍ ନେଉଛନ୍ତି ଦଳୀୟ ନିଷ୍ପତ୍ତି : ବୈଜୟନ୍ତ ପଣ୍ଡା

32

କନକ ବ୍ୟୁରୋ : ମାହାଙ୍ଗାରେ ବିରୋଧ ପରେ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । କହିଛନ୍ତି ଦଳ ପରିଚାଳନାର ଢାଂଚା ବଦଳି ଗଲାଣି । ଗତ ୧୭ ବର୍ଷ ଭିତରେ ଏଭଳି ଦଳୀୟ ଗୁଣ୍ଡାଗିରି ଓ ଗୋଷ୍ଠୀ କନ୍ଦଳକୁ ପ୍ରଶୟ ଦିଆଯାଉନଥିଲା, ଯାହା ଗତ ୩ ବର୍ଷରେ ବଦଳି ଯାଇଛି । ଏଥିପାଇଁ ସେ ଖୋଲାଖୋଲି ଅଫିସରମାନଙ୍କୁ ଟାର୍ଗେଟ୍ କରିଛନ୍ତି । ଏସି ରୁମରେ ବସି ବାବୁମାନେ ଦଳୀୟ ନିଷ୍ପତି ନେବା ଆରମ୍ଭ କରିବା ଦିନରୁ ଏଭଳି ପରିବର୍ତ୍ତନ ଆସିଥିବା କହିଛନ୍ତି ବୈଜୟନ୍ତ । ଏନେଇ ଅନେକ ସମୟରେ ସେ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେଉଁଦିନ ନବୀନ ଏହାକୁ ହୃଦୟଙ୍ଗମ କରିବେ ସେଦିନ ସ୍ଥିତି ସୁଧୁରିବ ବୋଲି ସେ ପରୋକ୍ଷରେ ଚେତାଇ ଦେଇଛନ୍ତି ।

ଏହା ସହ ପଢନ୍ତୁ ବିଜେଡି ବନାମ ବୈଜୟନ୍ତ ! ମାହାଙ୍ଗାରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ