ବୈଜୟନ୍ତଙ୍କୁ ବିଜେଡିର ଟାର୍ଗେଟ । ‘ତିତଲି’ ପାଇଁ ଲଢୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀର ଏସି ରୁମରେ ବସି ସମାଲୋଚନା କରିବା ହାସ୍ୟାସ୍ପଦ ।

81

କନକ ବ୍ୟୁରୋ: ବୈଜୟନ୍ତଙ୍କୁ ବିଜେଡ଼ିର କଡ଼ା ଜବାବ । ଗତ ବୁଧବାର ଦିନ ସନ୍ଧ୍ୟାରେ ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ନବୀନଙ୍କୁ ସମାଲୋଚନା କରିଥିଲେ ବୈଜୟନ୍ତ । ଯାହାର ପ୍ରତି ଜବାବ ରଖିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ରଙ୍କ କହିବା ମୁତାବକ ପ୍ରତିଟି କଥାରେ ନିଜ ଟ୍ୱିଟର ଜରିଆରେ ଟ୍ୱିଟ୍ କରୁଥିବା ବୈଜୟନ୍ତ ବାବୁ ବାତ୍ୟା ତିତଲି ବେଳେ ଦିଲ୍ଲୀରେ ବସି ସରକାରଙ୍କୁ ସାଲୋଚନା କରିବା ଅମାନବିକତା ଦର୍ଶାଉଛି । କାରଣ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ରାତି ଏକ କରି ତିତଲି ମୁକାବିଲା ପାଇଁ ପ୍ରସ୍ତୁତି କରୁଥିଲେ ଅନ୍ୟପଟେ ଦିଲ୍ଲୀର ଏସି ରୁମରେ ବସି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ତାଙ୍କ ଦୋ-ମୁହାଁ ନୀତିକୁ ପଦାରେ ପକାଇଛି ।

ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ଏକ ପ୍ରମୂଖ ଏଜେଣ୍ଡା ଜିରୋ-କାଜୁଆଲିଟି ବା ଶୁନ୍ୟ ଦୁର୍ଘଟଣା ପୁଣି ଥରେ ସଫଳ ହୋଇଥିବାବେଳେ ବୈଜୟନ୍ତଙ୍କ ଏଭଳି ସମାଲୋଚନା ହାସ୍ୟାସ୍ପଦ ବୋଲି କହିଛନ୍ତି ସସ୍ମିତ । ଯେଉଁଠି ଲୋକମାନଙ୍କ ସୁରକ୍ଷା କ୍ଷେତ୍ରରେ ନବୀନ ସରକାର ସମ୍ପୂର୍ଣ୍ଣ ସମର୍ପିତ ହେଉଛନ୍ତି, ସେତିକିବେଳେ ଏହାକୁ ରାଜନୈତିକ ମୋଡ଼ ଦିଆଯାଉଛି । ୩ ଲକ୍ଷ ଲୋକଙ୍କ ଜୀବନ ସୁରକ୍ଷିତ ରହିବା ବିରୋଧୀଙ୍କ ପାଇଁ ତାହା ବଡ଼ ନୁହେଁ ବରଂ ରାଜନୈତିକ ଲେପ ଦେବା ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହି ବିରୋଧୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

suspence on baijayanta pandaସୂଚନା ମୁତାବକ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ଆଲୋଚନାଚ୍ରକରେ ଭାଗ ନେଇ ନବୀନ ସରକାରଙ୍କୁ ନିଶାନା କରିଥିଲେ ବୈଜୟନ୍ତ । ନବୀନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀରେ ବସି ସମାଲୋଚନା କରିଥିଲେ ବୈଜୟନ୍ତ ପଣ୍ଡା । ଯାହାର ପ୍ରତି ଜବାବ ରଖିଛି ବିଜେଡ଼ି ।