ପିସି କାରବାର ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ !

25

କନକ ବ୍ୟୁରୋ : ପିସି କାରବାର ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ । ଟ୍ୱିଟ କରି ସେ କହିଛନ୍ତି ଯେ, ଏହା ଭଲ ଯେ ଦୁର୍ନୀତି ବିରୋଧରେ ଲଢେଇ ଆରମ୍ଭ ହୋଇଛି । ମୁଁ ଆଭ୍ୟନ୍ତରୀଣ ସ୍ତରରେ ଏ ବିଷୟ ବାରମ୍ବାର ଉଠାଇ ଆସିଥିଲି । ଏଥିପାଇଁ ଦୃଢ ପଦକ୍ଷେପ ଦରକାର । ଖାଲି ଜିଲ୍ଲା ସ୍ତରରେ ନୁହେଁ ଉପର ସ୍ତରରେ ହେଉଥିବା ଦୁର୍ନୀତିରେ ମୁକାବିଲା ହେବା ଆବଶ୍ୟକ ବୋଲି ବୈଜୟନ୍ତ କହିଛନ୍ତି ।