ଅଣ୍ଡାମାଡ଼ ଘଟଣାରେ ବୈଜୟନ୍ତଙ୍କ ଟ୍ୱିଟ୍ ! ସ୍କୁଲ୍ ନୁହେଁ ଯେ, ପ୍ରିନ୍ସିପାଲଙ୍କ ପାଖକୁ ଯିବି

41

କନକ ବ୍ୟୁରୋ : ଅଣ୍ଡାମାଡ଼ ଘଟଣାରେ ଟ୍ୱିଟ୍ କଲେ ସାଂସଦ ବୈଜୟନ୍ତ ପଣ୍ଡା । ଆଜି କରିଥିବା ନୂଆ ଟ୍ୱିଟରେ ବିଜେଡି ସାଂସଦ ଅଣ୍ଡାପିଙ୍ଗାଳିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି, ଏହା କୌଣସି ସ୍କୁଲ ନୁହଁ ଯେ, ସେ ପ୍ରିନ୍ସିପାଲଙ୍କ ନିକଟକୁ ଯିବେ । ପୋଲିସ ନିଜ ଆଡୁ ଅଣ୍ଡା ଫିଙ୍ଗାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ପୂର୍ବରୁ ଅଣ୍ଡାଫିଙ୍ଗାଳିଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ନଜିର ରହିଛି । ଏବେ ମଧ୍ୟ ତାହା ଲାଗୁ ହେବା କଥା ।