ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ! ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇଲେ ନବୀନ

26

କନକ ବ୍ୟୁରୋ :  ବୈଜୟନ୍ତଙ୍କ ପକ୍ଷ ଛେଦନ । ବିବାଦୀୟ ବୟାନ ଦେବା ମହଙ୍ଗା ପଡିଛି କେନ୍ଦ୍ରାପଡା ସାଂସଦଙ୍କୁ । ବିଜେଡି ସୁପ୍ରିମୋଙ୍କ ତାଗିଦ ସତ୍ୱେ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଏହି ହେଭିୱେଟ ନେତାଙ୍କ ବିରୋଧରେ କଠୋର ହୋଇଛନ୍ତି ନବୀନ । ତାଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇଛନ୍ତି ନବୀନ ପଟ୍ଟନାୟକ ।

ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନବୀନ କଡା ମେସେଜ ଦେଇଛନ୍ତି ଯେ, ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେଲେ ସେ କାର୍ଯ୍ୟାନୁଷ୍ଠାନ ନେବେ । ଏହାକୁ ଦେଖି ସର୍ବସାଧାରଣରେ ବିବାଦୀୟ ମନ୍ତବ୍ୟ ଦେଉଥିବା ନେତା ସୁଧୁରିଯିବେ ବୋଲି ଆଶା କରୁଛନ୍ତି ବିଜେଡି ସୁପ୍ରିମୋ । କାରଣ ପଂଚାୟତ ନିର୍ବାଚନରେ ବିଜେପିର ଅଭ୍ୟୁଦୟ ଓ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ଅନେକ ନେତା ଖୋଲାଖୋଲି ସୁପ୍ରିମୋଙ୍କ ନିଷ୍ପତି ବିରୋଧରେ ବି ସ୍ୱର ଉଠାଉଛନ୍ତି ।