ସଂସଦୀୟ ଦଳ ମୁଖପାତ୍ର ପଦରୁ ବିଦା ହେବା ପରେ ବୈଜୟନ୍ତଙ୍କ ଗୁଡ୍ ନାଇଟ୍ ଟ୍ୱିଟ୍ : କହିଲେ, ମୋ କାର୍ଯ୍ୟଶୈଳୀକୁ କରାଗଲାନି ପସନ୍ଦ

94

କନକ ବ୍ୟୁରୋ : ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ବିଦା ହେବା ପରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁଡନାଇଟ ଟ୍ୱିଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପରେ ସେ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ଟ୍ୱିଟରେ କହିଛନ୍ତି, ମୋ କାଯ୍ୟଶୈଳୀକୁ ପସନ୍ଦ କରାଗଲାନାହିଁ ।

ଗତକାଲି ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ସଂସଦୀୟ ଦଳ ପଦରୁ ବିଦା କରାଯାଇଥିଲା । ପୂର୍ବରୁ ସେ ସ୍ତମ୍ଭ ଲେଖି ବି ବିବାଦରେ ଥିଲେ । ଏହାକୁ ନେଇ ବିଜେଡିରେ ବି ଅନ୍ତଦ୍ୱନ୍ଦ ଦେଖାଦେଇଥିଲା ।