ଷଡଯନ୍ତ୍ର ଶିକାର ହୋଇ ବିଜେଡିରୁ ବାଦ୍ ପଡିଛନ୍ତି ନେତା ! ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାଂଘାତିକ ବୟାନ

27

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚାଂଚଲ୍ୟକର ବୟାନ । ଦଳରୁ କିଛି ନେତାଙ୍କୁ ବାହାର କରିବା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର ଯୋଗୁଁ ଦଳରୁ କିଛି ପୁରୁଖା ନେତା ଦୂରେଇ ଯାଇଥିବା କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ୨୦୧୯ ପୂର୍ବରୁ ଦଳୀୟ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ବିଜେଡି ପୁରୁଣା ନେତାଙ୍କ ଘର ବାହୁଡା କଥା କହୁଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ଏହି ବୟାନ୍ ବିଜେଡି ରାଜନୀତିକୁ ଦୋହଲାଇ ଦେଇଛି ।

୨୦୧୯ ପାଇଁ ବିଜେଡି ଯେତେବେଳେ ଦଳୀୟ ସଂଗଠନକୁ ସଦୃଢ଼ କରିବା ପାଇଁ ଉଦ୍ୟମ କରୁଛି ଏବଂ ଦଳରୁ ବହିଷ୍କୃତ କିଛି ପୁରୁଖା ନେତାଙ୍କ ଘର ବାହୁଡ଼ା କଥା କହୁଛି- ସେତିକି ବେଳେ ଷଡଯନ୍ତ୍ରର କଥା ଉଠାଇଛନ୍ତି ବୈଜୟନ୍ତ । ଆଉ ଏହି ଷଡଯନ୍ତ୍ରର ଶିକାର ହୋଇ ଦଳରରୁ ପୁରୁଖା ନେତା ଦୂରେଇ ଯାଇଥିବା ବୈଜୟନ୍ତ କରିଛନ୍ତି ।

ଆଜି ବୈଜୟନ୍ତ ଯେଉଁ ଷଡଯନ୍ତ୍ର ଚାଲିଥିବା କଥା କହୁଛନ୍ତି । କାହିଁକି ଏହି ପ୍ରଶ୍ନ ଆସୁଛି । ନିକଟରେ ବିଜେଡିର ୩ ଜଣ ସାଂସଦ କେତେବେଳେ ଲେଖା ପାଇଁ ତ ଆଉ କେତେବେଳେ ଟ୍ୱିଟ୍ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଯେଉଁଥି ପାଇଁ ଏମାନଙ୍କୁ ସମାଲୋନାର ଶିକାର ବି ହେବାକୁ ପଡ଼ିଥିଲା ।

କେନ୍ଦ୍ରାପଡ଼ା ସାଂସଦ ଆତ୍ମସମୀକ୍ଷାର କଥା କହିଥିବା ବେଳେ କଟକ ସାଂସଦ ଭତୃହରି ମହତାବ ଦଳର ଫାଟ ସୃଷ୍ଟି ହେବା କଥା କହିଥିଲେ । ଆଉ ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ ବିଜେଡିକୁ ବିଜେପି ଭାଙ୍ଗିବା କଥା କହି ଚର୍ଚ୍ଚାକୁ ଆସିଥିଲେ । ଆଉ ଏସବୁ ଭିତରେ ବିଜେଡି ସାଂସଦଙ୍କ ଏହି ଷଡଯନ୍ତ୍ର ତତ୍ୱ, ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ ବିଜେଡି ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି ।