କେତେ ଟଙ୍କାର ମାଲିକ ବୈଜୟନ୍ତ । ସତ୍ୟପାଠରେ ସାମ୍ନାକୁ ଆସିଲା ସତ, କୋଟି କୋଟି ଟଙ୍କା ଥାଇ ସୁଦ୍ଧା ଋଣ କରିଛନ୍ତି ବୈଜୟନ୍ତ ।

1,535

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଫୋକସରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ । ହେଭିୱେଟଙ୍କ ଲଢେଇର ମୂକସାକ୍ଷୀ ପାଲଟିବାକୁ ଯାଉଛି କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଆଉ ନାମାଙ୍କନପତ୍ର ଦାଖଲ ପରେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ କେନ୍ଦ୍ରାପଡାରେ ସବୁଠୁ ଧନୀ ସାଂସଦ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ସତ୍ୟପାଠ ଅନୁଯାୟୀ ବୈଜୟନ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୪୭ କୋଟି ୭୬ ଲକ୍ଷ ୨୪ ହଜାର ୯୭୮ ଟଙ୍କା । ଯେଉଁଥିରେ ବୈଜୟନ୍ତଙ୍କ ୩୫ କୋଟି ୨୮ ଲକ୍ଷ ୭୬ ୩୧୨ କୋଟି ଟଙ୍କା ଅସ୍ଥାବର ସମ୍ପତି ରହିଥିବା ବେଳେ ୧୨ କୋଟି ୪୭ ଲକ୍ଷ ୪୮ ହଜାର ୬୬୬ ଟଙ୍କାର ସ୍ଥାବର ସମ୍ପତି ରହିଛି । ବୈଜୟନ୍ତ ସତ୍ୟପାଠରେ ତାଙ୍କ ପାଖରେ ଦେଢ ଲକ୍ଷ ଟଙ୍କାର ଏକ ଗାଡି ରହିଥିବା ଦର୍ଶାଇଥିବା ବେଳେ ୬ ଲକ୍ଷ ୪୬ ହଜାର ୧୧୦ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ଦାମୀ ଜିନିଷ ରହିଛି । ଏହାଛଡା ତାଙ୍କ ପାଖରେ ଏବେ ନଗଦ ୯୩ ହଜାର ୩୯୯ ଟଙ୍କା ରହିଥିବା କହିଛନ୍ତି ବୈଜୟନ୍ତ ।

ସେହିଭଳି କୋଟିପତି ବୈଜୟନ୍ତ ନିଜ ପରିବାର ମାଲିକାନାରେ ଥିବା ଇମ୍ଫା କମ୍ପାନିରୁ ୬ ଲକ୍ଷ ଟଙ୍କାର ରଣ କରିଛନ୍ତି । ୮୧ ଲକ୍ଷ ଟଙ୍କାର ବିଭିନ୍ନ ଇଲୋକଟ୍ରନିକ୍ସ ସାମଗ୍ରୀ, ଘଣ୍ଟା, ଚିତ୍ରକଳା, ବ୍ୟାୟାମ ଉପକରଣ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ବୈଜୟନ୍ତ । ସେହିଭଳି ବିଭିନ୍ନ ବ୍ୟାଙ୍କଜମା ବାବଦକୁ ୭ କୋଟି ୭ଲକ୍ଷ ୩୬ ହଜାର ୯୧ ଟଙ୍କା ରହିଥିବା ବେଳେ ବିଭିନ୍ନ କମ୍ପାନି ଓ ମ୍ୟୁଚୁଆଲ ଫଣ୍ଡରେ ୨୭ କୋଟି ୧୨ ଲକ୍ଷ ୭୪ ହଜାର ୭୯୦ ଟଙ୍କା ନିବେଶ କରିଛନ୍ତି ବୈଜୟନ୍ତ ।