କନକ ବ୍ୟୁରୋ: ବୈଜୟନ୍ତଙ୍କୁ ନେଇ ବିବାଦ ଥମୁନଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପୁଲିସ ଡାକରା । ଆଜି ପୁରୀ ପୋଲିସ ସମ୍ମୁଖରେ ହାଜର ହୋଇପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୁରୀ ସଦର ଥାନାରେ ହାଜର ହେଲେ ଇମ୍ପା ଅଧିକାରୀ । ଇମ୍ପାର ଏହି ଅଧିକାରୀଙ୍କୁ ପୁଲିସ ହେଲିକପ୍ଟର ଉଡାଣ ଓ ଏନେଇ ପୂର୍ବ ଅନୁମତି ସଂପର୍କରେ ପଚରାଉଚରା କରିବ । ତେବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାଜିରା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ଏହା ସହିତ ବୈଜୟନ୍ତଙ୍କ ୨ଜଣ ବନ୍ଧୁଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ସିଡିଏ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା ଏବଂ ୧୫ତାରିଖ ସକାଳ ସାଢେ ୮ଟାରୁ ସାଢେ ଗୋଟାଏ ମଧ୍ୟରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅନୁମତି ମିଳିଥିବା ଜଣାପଡିଥିଲା । ସେହି ଆଧାରରେ ଇମ୍ଫାର ହେଙ୍ଗର ବା ବିମାନ ପାର୍କିଂ ଏରିଆକୁ ସିଲ୍ କରାଯାଇଛି । ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡୁଥିଲା ତାହା ବିମାନର ବ୍ଲାକ୍ ବକ୍ସରୁ ଜଣାପଡିବ । ତେଣୁ ଏନେଇ ଡିଜିସିଏ ଠାରୁ ତଥ୍ୟ ମଗାଯାଇଛି ।
ସେପଟେ, ଉଡାଣକୁ ନେଇ ବଢୁଥିବା ବିବାଦ ଭିତରେ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନିଜର ମତ ରଖିଛନ୍ତି । ବୈଜୟନ୍ତ ଟ୍ୱିଟ ଜରିଆରେ ଇସାରା ଇସାରାରେ ସମାଲୋଚନା କରିଛନ୍ତି । ପୂର୍ବତନ ସାଂସଦ ଟ୍ୱିଟ କରିଛନ୍ତି ଏପରି କରିବା ଅପରିପକ୍ୱତା ଥିଲା । ସେ ହୁଏତ ବ୍ୟଙ୍କ କରିବାକୁ ଚେଷ୍ଟା କରୁଥାଇପାରନ୍ତି ଏବଂ ସମ୍ଭବତଃ କିଛି ଲୋକ ଏହାର ଯେଉଁ ନିଷ୍କର୍ସ ବାହାର କଲେ, ତାଙ୍କର ଅର୍ଥ ବା ଅଭିପ୍ରାୟ ଏହାର ବିପରୀତ ଥିଲା କିନ୍ତୁ, ଧାର୍ମିକ ଓ ସାଂସ୍କୃତିକ ଭାବନା ସହ ବ୍ୟଙ୍ଗ କରିବା ଛିକ୍ ହୋଇ ନଥିଲା । ଯାହାକୁ ସମ୍ଭେଦନଶୀଳ ବିଚାର କରାଯାଏ । ଆଉ ନିଶ୍ଚିତ ଭାବେ ଏହା ସ୍ୱାଭାବିକ କଥା ଯେ ମୁଁ ଆମର ପରମ୍ପରା ସଂସ୍କୃତି ଗର୍ବ କରେ ବୋଲି ମତ ରଖିଛନ୍ତି ବୈଜୟନ୍ତ ପଣ୍ଡା ।