ଚିଲିକା ଉପରେ ଉଡ଼ିବା ହେଲାଣି ବିବାଦୀୟ ! ଭିଡ଼ିଓ ଜାରି କଲେ ବୈଜୟନ୍ତ, ଜାଣନ୍ତୁ କ’ଣ କହିଲେ ?

51

କନକ ବ୍ୟୁରୋ : ଚିଲିକା ଉପରେ ବେଆଇନ୍ ହେଲିକପ୍ଟର ଉଡ଼ାଣ ନେଇ ଧୀରେ ଧୀରେ ବିବାଦରେ ଛନ୍ଦି ହୋଉଯାଉଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ତେବେ ଆଜି ଏମାମଲାରେ ପୁରୀ ସଦର ଥାନାରେ ହାଜର ହୋଇଛନ୍ତି ଇମ୍ଫା ଅଧିକାରୀ । ଇମ୍ପାର ଅଧିକାରୀଙ୍କୁ ପୁଲିସ ହେଲିକପ୍ଟର ଉଡାଣ ଓ ଏନେଇ ପୂର୍ବ ଅନୁମତି ସଂପର୍କରେ ପଚରାଉଚରା କରିଛି । ତେବେ ଏସବୁ ଭିତରେ ହେଲିକପ୍ଟର ଉଡ଼ାଣ ନେଇ ଫେସବୁକରେ ଏକ ଭିଡ଼ିଓ ମେସେଜ ଜରିଆରେ ସ୍ପଷ୍ଟୀକରଣ ରଖିଛନ୍ତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ମୋ ଉପରେ ମିଥ୍ୟା ଅଭିଯୋଗ ଲାଗୁ କରି ରାଜ୍ୟ ସରକାର ମୋ ହେଲିକପ୍ଟରକୁ ଜବତ କରିନେଇଛନ୍ତି । ଯେଉଁ ଦଳରେ ମୁଁ ବହୁବର୍ଷ ଥିଲି ସେମାନେ ଏବେ ମୋ ବିରୋଧରେ ଅପପ୍ରଚାର ଚଳାଇଛନ୍ତି । କେବଳ ଏତିକି ନୁହେଁ ମୋ କୁଶପୁତ୍ତଳିକା ଦାହ କରି ମୋତେ ବଦନାମ କରିବାର ପ୍ରସାସ କରୁଛନ୍ତି ।

ବେଆଇନ୍ ଉଡ଼ାଣକୁ ଖଣ୍ଡନ କରି ସେ କହିଛନ୍ତି ମୁଁ ଜଣେ ପାଇଲଟ୍ । ଯେତେବେଳେ ବାହାରୁ ଜାତୀୟ ଆନ୍ତର୍ଜତୀୟ ସ୍ତରରେ ବ୍ୟକ୍ତିମାନେ ଆସନ୍ତି ମୁଁ ମୋ ହେଲିକପ୍ଟରେ ତାଙ୍କୁ ଓଡ଼ିଶା ଭ୍ରମଣ କରାଏ । ନିକଟରେ ମଧ୍ୟ ୨ ଜଣ ଜାତୀୟ ସ୍ତରରର ସାମ୍ବାଦିକ ଆସିଥିଲେ । ଆଉ ମୁଁ ସେମାନଙ୍କୁ ହେଲିକପଟର ଉଡ଼ାଇ ପୁରୀ, କାଣାର୍କର ସୌନ୍ଦର୍ଯ୍ୟ ଦେଖାଇଥିଲି । ଆଉ ଶେଷରେ କେନ୍ଦ୍ରାପଡ଼ାରେ ଲାଣ୍ଡିଂ କରିଥିଲୁ । ଆଉ ତା’ପରେ ମୁଁ ଭୁବନେଶ୍ୱର ଫେରିଆସିଲି ।

ତେବେ ଏହା ବିଲକୁଲ ବେଆଇନ୍ ଉଠାଣ ନୁହେଁ ବୋଲି କହିଛନ୍ତି ବୈଜୟନ୍ତ । ମୋ ବିରୋଧରେ ଅପପ୍ରଚାର କରିବାକୁ ଯାଇ ବିଭିନ୍ନ ଅଭିଯୋଗ ହେଉଛି । ଆଉ ଏଥିମଧ୍ୟରେ ଗଣମାଧ୍ୟମରେ ପ୍ରକାଶ ପାଇଲା ଚିଲିକାରେ ଏକ ସିପ୍ଲେନ୍ ଶନିବାର ଦିନ ସାଢ଼େ ଗୋଟାଏରେ ଲ୍ୟାଣ୍ଡିଂ କରିଥିଲା । ଆଉ ତା’ର ୨ ଦିନ ପରେ ରାଜ୍ୟର ସରକାରଙ୍କ ଜଣେ କର୍ମଚାରୀ ପୁରୀରେ ଏଫଆଇଆର ଦେଲେ । ଆଉ ଏଫଆଇଆରରେ ସିପ୍ଲେନକୁ ହେଲିକପ୍ଟରରେ ପରିବର୍ତ୍ତି କରିଦେଲେ । ଏହା ବ୍ୟତୀତରେ ଅଧିକାରୀ ଜଣକ ଲ୍ୟାଣ୍ଡିଂ ଜାଗାରେ ନୋ ଫ୍ଲାଇଂ ଜୋନରେ ଲ୍ୟାଣ୍ଡ କରାଯାଇଥିଲା ବୋଲି ଲେଖାଯାଇଥିଲା । ଏହାରେ ସ୍ପଷ୍ଟୀକରଣ ଦେଇ ବୈଜୟନ୍ତ ପଣ୍ଡା କହିଛନ୍ତି ଚିଲିକା, କୋଣାର୍କ, ପୁରୀରେ ନୋ ଫ୍ଲାଇଂ ଜୋନ ଗୁଡ଼ିକ ତାଲିକାଭୁକ୍ତ ହୋଇକି ଅଛି । ଆଇନ ଅନୁସାରେ କେତେ ଉଚ୍ଚତାରେ ଉଡ଼ାଣ କରିହେବ ସେ ନେଇ ନିୟମ ରହିଛି । ଅଭିଯୋଗ ଅନୁସାରେ ସାଢ଼େ ଗୋଟାଏରେ ଲ୍ୟାଣ୍ଡିଂ ଓ ଲୋ ଫ୍ଲାଇଂ ହୋଇଥିଲା ଚିଲିକା ଉପରେ । ବୈଜୟନ୍ତଙ୍କ କହିବା ଅନୁସାରେ ଆମେ ହେଲିକପ୍ଟର ଉଡ଼ାଣ ସାରି ୧.୨୬ରେ ଭୁବନେଶ୍ୱର ଏୟାରପୋର୍ଟରେ ଲ୍ୟାଣ୍ଡ କରିସାରିଥିଲୁ । ଏହାର ଅର୍ଥ ସାଢ଼େ ଗୋଟାଏ ବେଳେ ଭୁବନେଶ୍ୱରରେ ହିଁ ଥିଲା ହେଲିକପ୍ଟର । ଯାହା ରେକର୍ଡ଼ରେ ରହିଛି । ତେଣୁ ଯାହା ଅଭିଯୋଗ ହେଉଛି ତାହା ବିଲକୁଲ ସମ୍ଭବ ନୁହେଁ । ଆଉ ମୁଁ କୌଣସି ନିୟମର ଉଲଂଘନ କରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ଶନିବାର ସାଢ଼େ ୧ଟାରେ ଚିଲିକାରେ ଲ୍ୟାଣ୍ଡିଂ କରିବା ତଥା ଲୋ ଫ୍ଲାଇଂ ଘଟଣା ପୁରାପୁରି ମିଥ୍ୟା । ଆଉ ଏହାରି ଭିତରେ ପୋଲିସ ଏକ ଶମନ କରିଥିଲା । ଯେଉଁଥିଲେ ସମୟ ଅବଧିକୁ ପୁଣି ପରିବର୍ତ୍ତନ କରିଦିଆଗଲା । ସାଢ଼େ ଗୋଟାଏ ବଦଳରେ ତାହାକୁ ସକାଳ ସାଢ଼େ ୯ଟା ସମୟ କରିଦିଆଗଲା । ଅଭିଯୋଗ କରିବା ପାଇଁ ଆନୁମାନିକ ଭାବେ ଏହି ସମୟ ରଖାଯାଇଥିଲା ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।

ତେବେ ଏହି ତଥ୍ୟ ମଧ୍ୟ ଠିକ୍ ନୁହେଁ । ଏନେଇ ମୁଁ ଟ୍ୟୁଟରରେ ମଧ୍ୟ ପ୍ରମାଣ ଦେଇସାରିଛି । ସେ କହିଛନ୍ତି ୯.୩୨ରେ ଆମେ ପୁରୀ ଉପର ଦେଇ ଉଡ଼ୁଥିଲୁ । ଏବଂ ତାହାର ଜିଓ ଟ୍ୟାଗିଂ ମଧ୍ୟ ରହିଛି । ଆଉ ତା’ପରେ ଆଉ ଏକ ନୂଆ ଅଭିଯୋଗ ଆସିଲା । ଆମେ ପୁରୀ ଓ କୋଣାର୍କ ମନ୍ଦିର ଉପରେ ଉଡ଼ୁଥିଲୁ ବୋଲି ଅଭିଯୋଗ ଆସିଲା, ଯାହା ବେଆଇନ୍ । ନିୟମ ଅନୁଯାୟୀ ଆମେ ମନ୍ଦରୁରୁ ଦୂରରୁ ହିଁ ଉଡ଼ାଣ ଭରିଥିଲୁ । ନିମ୍ନତମ ଉଚ୍ଚତା ଯେତିକି ରହିବା କଥା ଓ ମନ୍ଦିରରୁ ପ୍ରାୟ ୩ କିମି ଦୂରରେ ହିଁ ଆମ ହେଲିକପଟର ଉଡ଼ୁଥିିଲା । ତେଣୁ ଏହା ବେଆଇନ୍ ନୁହେଁ ।

ଏସବୁ ପରେ ପୁଣି ଥରେ ଆଉ ଏକ ନୂଆ ଅଭିଯୋଗ ଆସିଲା । ଯେଉଁ ବ୍ୟକ୍ତି ଦୁଇ ଜଣ ଆସିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଯାଇ କୋଣାର୍କରେ ଭିଡ଼ିଓ କରିଥିଲେ । ଆଉ ସେହି ସୟମରେ ମୁଁ ତାଙ୍କ ସହ ଯାଇନଥିଲି ବୋଲି ମଧ୍ୟ ସେ କହିଛନ୍ତି । ସେହି ଦିନ ନୁହେଁ ଅନ୍ୟ କୌଣସି ଦିନ ସେ ଯାଇଥିବେ ବୋଲି ବୈଜୟନ୍ତ କହିଛନ୍ତ । ତେବେ ଭିଡ଼ିଓରୁ ଯାହା ଜଣାପଡ଼ୁଛି ତାକୁ ଏକ ହାସ୍ୟରସାତ୍ମକ ଶୈଳୀରେ କରାଯାଇଛି । ତେବେ ଏହି କଥାକୁ ମୁଁ ବିଲକୁଲ ପସନ୍ଦ କରୁନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏହିଘଟଣାକୁ ମୁଁ ସମର୍ଥନ ଦେଉନି ବରଂ ନିନ୍ଦା କରୁଛି ବୋଲି ସେ କହିଛନ୍ତି । କାରଣ ଆମ ସଂସ୍କୃତି, ଆମ ଧର୍ମ,ଧାର୍ମିକ ସ୍ଥଳ ଉପରେ ଆମେ ସମ୍ବେନନଶୀଳ ହେବା ଠିକ୍ କଥା । ଆଉ ସେହି ସ୍ଥାନରେ କମେଡ଼ି କରିବା ଠିକ୍ ନୁହେଁ ।

Baijayant Jay Panda, Kendrapara

ଏହାସହ ସେ କହିଛନ୍ତି ଆମର ଇତିହାସ, ସଂସ୍କୃତି ଓ ପରମ୍ପରାକୁ ନେଇ ମୁଁ ଗର୍ବ ଅନୁଭବ କରେ । ଆଉ ଏଥିପାଇଁ ମୁଁ ଅନେକ ପଦକ୍ଷେପ ଗ୍ରହଣ ମଧ୍ୟ କରିଛି । ଜାତୀୟ ସ୍ତରରେ ଆଖି ଆଗକୁ ଆଣିବା ପାଇଁ ପଯଥାସମ୍ଭବ ପ୍ରୟାସ ମଧ୍ୟ କରିଛି । ତେବେ ଏସବୁ ତଥ୍ୟରୁ ସ୍ପଷ୍ଟ ହେଉଛି ମୋତେ ହଇରାଣ କିରବା ପାଇଁ ଏସବୁ ଅଭିଯୋଗ କରାଯାଉଛି । ନିକଟରେ କେବଳ କେନ୍ଦ୍ରାପଡ଼ା ନୁହେଁ ଓଡ଼ିଶାର ବିଭିନ୍ନ ଜାଗା ବୁଲି ମୁଁ କାର୍ଯ୍ୟକ୍ରମରେ ଯୋଗଦେଇଛି । ଆଉ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀଙ୍କୁ ଭେଟିବା ସହ ଆଲୋଚନା କରୁଛି । ତେବେ ଏସବୁକୁ ଦେଖି ବୋଧହୁଏ କିଛି ସରକାରରେ ଥିବା କିଛି ଲୋକ ପସନ୍ଦ କରୁନାହାନ୍ତି । ଯେଉଁଥିପାଇଁ ସେମାନେ ମୋ ବିରୋଧରେ ଏପରି ନିନ୍ଦନୀୟ ପଦକ୍ଷେପ ନେଉଛନ୍ତି । ତେବେ ମୋତେ ଏପରି ହଇରାଣ ହରକତ କରିବା ବିଲକୁଲ ଶୋଭନୀୟ ନୁହେଁ । ଏମରଜେନ୍ସି ସମୟରେ ଏପରି ହେଉଥିଲା । ଗଣତନ୍ତ୍ର ପାଇଁ ଏହା ଖୁବ ବିପଜ୍ଜନକ ବୋଲି କହିଛନ୍ତି ବୈନ୍ନ୍ ପଣ୍ଡା ।