ବ୍ଲେମଗେମ୍ ଖେଳୁଛନ୍ତି ବୈଜୟନ୍ତ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରତାପ ଜେନା

38

କନକ ବ୍ୟୁରୋ : ବ୍ଲେମଗେମ୍ ଖେଳୁଛନ୍ତି ବୈଜୟନ୍ତ । ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରତାପ ଜେନା । କଟକ ବିଜେଡି କାର୍ଯ୍ୟକାରିଣୀରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ନ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେଡି ସଭାପତି ପ୍ରତାପ ଜେନା ।

ବୈଜୟନ୍ତଙ୍କୁ କାର୍ଯ୍ୟକାରିଣୀ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଆମେରିକାରେ ଥିବାରୁ, ସେ ଯୋଗ ଦେଇ ପାରି ନଥିଲେ । ପୂର୍ବତନ କଟକ ବଜେଡି ସଭାପତି ମଧ୍ୟ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଡାକନ୍ତି ବୋଲି ପ୍ରତାପ କହିଛନ୍ତି । ହେଲେ ସେ ଯୋଗ ନ ଦେଇ ବ୍ଲେମଗେମ୍ ଖେଳୁଥିବା ପାଲଟା ଅଭିଯୋଗ କରିଛନ୍ତି ପ୍ରତାପ ଜେନା । ପୂର୍ବରୁ କାର୍ଯ୍ୟକାରିଣୀରେ ନ ଡକାଯିବା ପ୍ରସଙ୍ଗକୁ ଟ୍ୱିଟ ଜରିଆରେ ନିନ୍ଦା କରିଥିଲେ ବୈଜୟନ୍ତ ।

ଦେଖନ୍ତୁ ଏହି ଭିଡ଼ିଓ –