ଖୋର୍ଦ୍ଧାରେ ମୋଦିଙ୍କ ଉପସ୍ଥିତିରେ ବିଜେପିରେ ମିଶିପାରନ୍ତି ବୈଜୟନ୍ତ ! ୨୪ରେ ହୋଇପାରେ ମିଶ୍ରଣ ପର୍ବ

778

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ମୋଦିଙ୍କ ଓଡିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇପାରନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧାଠାରେ ହେବାକୁ ଥିବା ମୋଦିଙ୍କ ସଭାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ମଂଚେଶ୍ୱର ସ୍ଥିତି ଉତ୍କଳ ବିପନ୍ନ ସହାୟତା ସମିତିରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜାଗି ପଣ୍ଡା ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ମୋହନ ଭାଗବତ ଓ ଜାଗୀ ପଣ୍ଡାଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଓଡିଶା ଓ ପଶ୍ଚିମବଙ୍ଗର କ୍ରାନ୍ତୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ମୋହନ ଭାଗବତ ଓଡିଶା ଆସିଥିଲେ । ଏହି ସମୟରେ ଗତ ରବିବାର ବୈଜୟନ୍ତଙ୍କ ପତ୍ନୀ ମୋହନ ଭାଗବତଙ୍କ ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା ।  ଆଉ ବିଜେଡିରୁ ବହିଷ୍କୃତ ହୋଇଥିଲେ ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତା । ବୈଜୟନ୍ତ ପଣ୍ଡା ବିଜେଡ଼ିରେ ଥାଇ ମଧ୍ୟ ବିଭିନ୍ନ ସମୟରେ ଦଳକୁ ଟାର୍ଗେଟ କରୁଥିଲେ । ଆଉ ସବୁବେଳେ ଦଳ ବିରୋଧୀ କଥା କହିବା ସହ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ପାଇଁ ସେ ଦଳରୁ ବହିଷ୍କୃତ କରିଥିଲେ । ତେବେ ବୈଜୟନ୍ତ ପଣ୍ଡା କେଉଁ ଦଳରେ ମିଶିରେ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡ଼ିର ବରିଷ୍ଠ ନେତା ଦାମ ରାଉତ ଦଳରୁ ନିଲମ୍ବିତ ହେବା ପରେ ତାଙ୍କ ସହ ମିଶି ଦଳ ଗଢ଼ିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ସେପରି କିଛି ହେଲାନାହିଁ ।

ତେବେ ସେ କୁଆଡ଼େ ଯିବେ କିଛି ସ୍ପଷ୍ଟ କରିନଥିଲେ । ବର୍ତ୍ତମାନ ସମୟରେ ସେ ବିଭିନ୍ନ ସମୟରେ କେନ୍ଦ୍ରାପଡ଼ାର ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସହ ଚା ଖଟିରେ ଯାଇ ଆଲୋଚନା କରୁଥିଲେ । ହେଲେ ପୂର୍ବାନୁମାନ କରାଯାଉଥିଲା କେଉଁଠି ନା କେଉଁଠି ସେ ବିଜେପିରେ ଯୋଗଦେବେ । ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବା ପରେ ବିଜେଡ଼ିକୁ ଏକ ଶକ୍ତ ଧକ୍କା ଦେବ ବୋଲି ଆକଳନ କରାଯାଉଛି । ଯେଉଁ ଗୁଜବ ସୃଷ୍ଟି ହୋଇଥିଲା ତାହା ସତ ହେବାକୁ ଯାଉଛି । ତେବେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ବୈଜୟନ୍ତ ପଣ୍ଡା । ଯଦିଓ କ୍ୟାମେରା ସାମ୍ନାରେ କେହି କିଛି କହିବା ପାଇଁ ରାଜି ନୁହନ୍ତି, ତଥାପି ମୋଦିଙ୍କ ଆଗାମୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜଣାପଡ଼ୁଛି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବେ ।