ଡାକିଲେନି ନା ଆସିଲେନି ! ବିଜେଡିର କଟକ କାର୍ଯ୍ୟକାରିଣୀରେ ଅନୁପସ୍ଥିତ ବୈଜୟନ୍ତ

26

କନକ ବ୍ୟୁରୋ : ବିଜେଡି ବନାମ ବୈଜୟନ୍ତ । ପୁଣି ଦଳ ଭିତରେ ବିବାଦ । ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି । ଦଳର କଟକ ଜିଲ୍ଲା କାର୍ଯ୍ୟକାରିଣୀରେ ଯୋଗ ଦେଇନାହାନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଜିଲ୍ଲା ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନା ସମସ୍ତ ବିଧାୟକ, ସାଂସଦ ଓ କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି କହିଛନ୍ତି । ତେବେ କାହିିଁକି କାର୍ଯ୍ୟକାରିଣୀରେ ସାମିଲ ହୋଇନାହାନ୍ତି ସେନେଇ ସାଂସଦ ହିଁ ଉତ୍ତର ଦେଇପାରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା । ସେପଟେ ଜିଲ୍ଲା ସଭାପତି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକି ନଥିବା କହିଛନ୍ତି ସାଂସଦଙ୍କ ରାଜନୈତିକ ସଚିବ ।