ବାହୁଡ଼ିଲେ ମହାବାହୁ । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ବର୍ଷାରେ ଭିଜି ରଥ ଟାଣିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

60

କନକ ବ୍ୟୁରୋ: ନବମ ଦିନର ଲୀଳାଖେଳା ସାରି ସିଂହଦ୍ୱାର ବାହୁଡ଼େଲେ ଚତୁର୍ଦ୍ଧାମୁରତି । ପୂରାଣ ଶାସ୍ତ୍ର ଗାଥା ଅନୁସାରେ ପବିତ୍ର ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇଥିବା ରଥକୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ । ଆଉ ସେହି ଆଶା ଓ ବିଶ୍ୱାସ ନେଇ ଶହ ଶହ କୋଷ ଦୂରରୁ କାଳିଆକୁ ଦେଖିବା ପାଇଁ ଧାଇଁ ଆସିଥିଲା ଭକତ, ଯାହା ସାର୍ଥକ ହୋଇଛି । ସମସ୍ତ ନୀତିନୀର୍ଘଣ୍ଟ ଶୃଙ୍ଖଳିତ ଭାବେ ଶେଷ ହୋଇ ଶରଧାବାଲି ଛାଡିଥିଲା ଶ୍ରୀବିଗ୍ରହଙ୍କ ତିନି ରଥ । ଏପରିକି ପୁରାଣ ଗାଥା ଅନୁସାରେ ଶ୍ରୀବଗ୍ରହଙ୍କ ଦକ୍ଷିଣାଭିମୂଖୀ ରଥକୁ ସିଂହଦ୍ୱାର ଅଭିମୂଖେ ଟାଣିବା ସମୟରେ ରଥ ଦଉଡ଼ିକୁ ସ୍ପର୍ଷକାତରେ ମିଳେ କୋଟିପୁଣ୍ୟ । ଆଉ ଏ ଜନ୍ମର ଅନ୍ତ କାଳରେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣିତ ହୋଇଛି ।

କି ଅପୂର୍ବ ସେ କାଳିଆର ଡୋରୀ । ଆଗେ ଆଗେ ଗଲେ ବଡ଼ଭାଇ , ପଛେ ଚାନ୍ଦମୁହିଁ , ଶେଷେ ଗଲେ କାଳିଆଳ ଗୋସାଇଁ .. ବଡ଼ଦାଣ୍ଡେ ଗହଳ ଲଗାଇ । ଏଭଳି କିଛି ପଂକ୍ତି ଜଗନ୍ନାଥ ସଂସ୍କୃତିକୁ ଚିରନ୍ତନ ବୋଲି ପ୍ରମାଣିତ କରିଛି । ଶରଧାବାଲି ଛାଡ଼ି ସିଂହଦ୍ୱାର ବାହୁଡ଼ିଲେ ଶ୍ରୀବଗ୍ରହ । ଯେଉଁ ବିଶ୍ୱାସ ରଖି ଆଜି ଶରଧ।।ବାଲିରୁ ବର୍ଷା ବାଧକ ସାଜିଥିଲେ ମଧ୍ୟ ମହାପ୍ରଭୁଙ୍କ ତିନି ରଥକୁ ଶ୍ରୀମନ୍ଦିର ଅଭିମୂଖେ ଟାଣି ଟାଣି ଆଣିଛନ୍ତି ଭକ୍ତ ବୃନ୍ଦ । ସତେ ଯେମିତି କାଳିଆ ପ୍ରେମରେ କେବଳ ଭକ୍ତ ନୁହେଁ ବଂର ଇନ୍ଦ୍ର ଦେବତା ମଧ୍ୟ ଖୁସିରେ ପ୍ରଫୁଲ୍ଲିତ ହୋଇଛନ୍ତି । କାରଣ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ମହାବାହୁ ।
ଯେଉଁଥି ପାଇଁ ଆର୍ଶିବାଦ ସଦୃଶ ବର୍ଷାରେ ଭକ୍ତବତ୍ସଳଙ୍କୁ ଭିଯାଉଛନ୍ତି ଇନ୍ଦ୍ରଦେବ । ଲଗାଣ ବର୍ଷା ବାଧକ ସାଜିଥିଲେ ମଧ୍ୟ ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସେହି ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁକେତେ ଦୂରରୁ ଧାଇଁ ଆସିଛି ଭକ୍ତ । ପୁଷ୍ପାଳକମାନେ ଶ୍ରୀବିଗ୍ରଙ୍କ ନିମନ୍ତେ ନାନାଦି ପ୍ରକାର ପୁଷ୍ପାମାଳ ଆଣି ରଥକୁ ସୁସଜ୍ଜିତ କରିବା ଦ୍ୱାରା ରଥର ବର୍ଣ୍ଣାଢ଼୍ୟ ବେଶର ଗାରିମା ଭକ୍ତକୁ ଭାବାବେଗ କରାଇଛି ।