ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

39

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ଫେରିବେ କାଳିଆ ଠାକୁର । ବଡଦାଣ୍ଡରେ ଗଡିବ ତିନି ରଥ । ପୁଣି ଭକ୍ତ-ଭଗବାନ ମିଳନ ହେବ । ଆଜ୍ଞାମାଳ ପ୍ରଦାନ ପରେ ତିନି ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରରେ ରଖାଯାଇଛି । ପହଁଣ୍ଡି ପରେ ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ବାହୁଡାଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।