ବାହୁଡିଲେ ଜଗାବଳିଆ : ୭ ଦିନର ଲୀଳାଖେଳା ପରେ ଶରଧାବାଲି ଛାଡିଲେ ଶ୍ରୀଜିଉ

35

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଚଳଚଂଚଳ ଶ୍ରୀକ୍ଷେତ୍ର । ନଅ ଦିନର ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡି ଯାଉଛନ୍ତି କାଳିଆ ସାଆନ୍ତ । ଠାକୁରଙ୍କ ଦର୍ଶନ ପାଇଁ ଶରଧାବାଲି, ବଡ ଦାଣ୍ଡରେ ଭକ୍ତଙ୍କ ଭିଡ। ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ପ୍ରଭୁଙ୍କ ଏହି ମାନବୀୟ ଲୀଳା, କେତେବେଳେ ମନ୍ଦିର ଭିତରୁ ଭକ୍ତର ଭକ୍ତିକୁ ଗ୍ରହଣ କରୁଛି ତ କେତେବେଳେ ବଡଦାଣ୍ଡରେ ଓହ୍ଲାଇ ଭକ୍ତର ଭାବନାକୁ ଆଦରି ନଉଛି।

ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ୧୦ଟା ୩୦ରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା। ଗଜପତି ଦିବ୍ୟସିଂହଦେବ ଛେରାପହଁରା କରିବା ପରେ ଚାରମାଳ ଫିଟା ହୋଇ ରଥ ଟଣା ଯାଇଥିଲା । ପହଣ୍ଡି ବିଜେ ବେଳେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିପାରିନଥିଲା ପୋଲିସ। ବ୍ୟାରିକେଡ ଭାଙ୍ଗି ବଡ ଠାକୁର ବଳଭଦ୍ରଙ୍କୁ ଛୁଇଁବାକୁ ଉଦ୍ୟମ କରିିଥିଲେ କିଛି ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ୩ ଜଣଙ୍କୁ ଅଟକ ରଖିଛି। ପରେ ପୋଲିସ ପହଂଚି ଭିଡକୁ ନିୟନ୍ତ୍ରଣ କରିଛି।

ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ। ରାତି ସୁଦ୍ଧା ତିନି ରଥକୁ ସିଂହ ଦ୍ୱାରରେ ଲଗାଯିବ। ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି।