ଭଗବାନଙ୍କୁ ପାଇବାକୁ କଣ କଣ କରୁଛି ଭକ୍ତ । ଦେଖନ୍ତୁ ଫଟୋରେ ଫଟୋରେ ଭକ୍ତ-ଭଗବାନଙ୍କ କିଛି ମିଳନର ମୁହୂର୍ତ୍ତ

119

କନକ ବ୍ୟୁରୋ: ଭଗବାନଙ୍କ ପ୍ରେମର ଭକ୍ତିରେ ବିଭୋର ଭକ୍ତ । ସକାଳ ହେବା କ୍ଷଣି ଶରଧାବାଲିରେ ଲହଡି ଭାଙ୍ଗିଛି ଜନ ସମୁଦ୍ର । ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ଲାଗିଛି ଭକ୍ତଙ୍କ ଗହଳି । ଭଗବାନଙ୍କ ଗୋଟିଏ ଝଲକ ପାଇବା ପାଇଁ ଚାହିଁ ରହିଛନ୍ତି ଭକ୍ତ ।

ଭଗବାନଙ୍କ ପ୍ରେମରେ ବିଭୋର ହୋଇ କିଏ ନୃତ୍ୟ କରୁଛି ତ ଆଉ କିଏ ଗୀତ ଗାଉଛି ।
ଜଗାକୁ ଜୀବନ ଉତ୍ସର୍ଗ କରି ତାରି ଦୁଆରେ ଆଜି ଦିନ ତମାମ ଏଇମିତି ଘଣ୍ଟା ଘଣ୍ଟା ମୁହଁରେ କାଳିଆର ରଙ୍ଗ ମାଖି ନାଚୁଥିବେ ଭକ୍ତ ।

ପ୍ରଭୁଙ୍କୁ ଚାହିଁ ରହିଛନ୍ତି ଭକ୍ତ । କାଳିଆ ଠାକୁରକୁ ଅପେକ୍ଷା କରିଛି କୁନି କାହ୍ନା । ଦେଖନ୍ତୁ କେମିତି କାଳିଆ ଡେରି କରୁଛି ବୋଲି କୁନି ରାଧା ବି ମନମାରି ରଥ ଦଉଡିରେ ବସି ପଡିଛି ।