ଏପ୍ରିଲ୍ ୨୮ରେ ରିଲିଜ୍ ହେବ ବାହୁବଳୀ ପାର୍ଟ -୨

35

ସାଉଥର ସୁପରଷ୍ଟାର୍ ପ୍ରଭାସଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର । କାରଣ ୨୦୧୭ ଏପ୍ରିଲ୍ ୨୮ ତାରିଖରେ ରିଲିଜ୍ ହେବ ଫିଲ୍ମ ବାହୁବଳୀର ଦ୍ୱିତୀୟ ପାର୍ଟ । ଏନେଇ ନେଇ ଗ୍ରୀନ୍ ସିଗନାଲ୍ ଦେଇ ସାରିଛନ୍ତି ଫିଲ୍ମର ନିର୍ଦେଶକ ଏସଏସ୍ ରାଜାମୌଲୀ । ବର୍ତ୍ତମାନ ହାଇଦ୍ରାବାଦରେ ଫିଲ୍ମର ଶେଷ ଭାଗ ସୁଟିଂ ଚାଲିଛି । ତେବେ ଫିଲ୍ମର ଫାଷ୍ଟ୍ ଲୁକ୍ ଦେଖିବା ପାଇଁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । କାରଣ ପ୍ରଭାସଙ୍କ ଜନ୍ମଦିନ ଅର୍ଥାତ୍ ଅକ୍ଟୋବର ୨୩ ତାରିଖରେ ଆଉଟ୍ ହେବ ‘ବାହୁବଳୀ – ଦ କନକ୍ଲୁଜନ’ର ଫାଷ୍ଟ୍ ଲୁକ୍ ।

୨୦୧୫ରେ ଆସିଥିବା ବାହୁବଳୀର ପ୍ରଥମ ପାର୍ଟ ବକ୍ସ ଅଫିସରେ ଧୁମ୍ ମଚାଇଥିଲା । ଆଉ ଏହି ବିଗ୍ ବଜେଟର ଫିଲ୍ମକୁ ଦେଖିବା ପାଇଁ ଫିଲ୍ମ ହଲ୍ ଆଗରେ ଲାଗିଥିଲା ନାହିଁ ନଥିବା ଭିଡ । ଆଉ ଏଥର ମଧ୍ୟ ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅନୁଷ୍କା ସେଟ୍ଟୀ, ରାଣା ଦଗୁବତୀ, ତମନ୍ନା ଭାଟିଆ ଓ ରାମ୍ୟା କ୍ରିଷ୍ଣନ୍ ।