ରିଲିଜ୍ ପୂର୍ବରୁ ଧୁମ୍ ମଚାଉଛି ‘ବାହୁବଲି-୨’ର ଟ୍ରେଲର ! ୧୦ କୋଟିରୁ ଅଧିକ ଟପିଲାଣି ସିନେମାର ଟିଜର ହିଟ୍

88

‘ବାହୁବଲୀ-୨’ ଫିଲ୍ମ ପାଇଁ ପ୍ରଶଂସକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି । ରିଲିଜ ହୋଇଛି ନୂଆ ଟିଜର । ଫିଲ୍ମର ଟିଜରକୁ ପ୍ରାୟ ୧୦ କୋଟିରୁ ଅଧିକ ଥର ଦେଖା ଯାଇ ସାରିଲାଣି । ଶନିବାର ରାତିରେ ସିନେମାର ନିର୍ମାତା ‘ବାହୁବଲୀ-୨’ ସିନେମାର ନୂଆ ଗୀତର ଭିଡ଼ିଓ ପ୍ରୋମୋ ରିଲିଜ କରିଥିଲେ । ୩୦ ସେକେଣ୍ଡର ଏହି ଭିିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏସଏସ ରାଜମୋଲି ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ।

୨୮ ଏପ୍ରେଲରେ ଏହି ସିନେମା ରିଲିଜ ହେବ । ‘ବାହୁବଲୀ’ ପରି ‘ବାହୁବଲି-୨’ର ସଫଳତାକୁ ନେଇ ଆଶାୟୀ ଅଛନ୍ତି ନିର୍ମାତା । ବାହୁବଲୀ ସିନେମାକୁ ଲାଗି ରହିଥିବା ଅନେକ ରହସ୍ୟ ଏହି ସିନେମା ଜରିଆରେ ଉନ୍ମୋଚନ ହେବାର ଆଶା ରହିଛି । ବାହୁବଲୀଙ୍କୁ କଟାପ୍ପାୁ କାହିଁକି ମାରିଲେ, ଏହି ରହସ୍ୟ ଉପରେ ମଧ୍ୟ ପରଦା ଉଠିବାର ସଂଭାବନା ରହିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହୋଇଥିଲା ।