ଏବେ ମୋର ବିବାହ କରିବାର ନାହିଁ ! ମହିଳା ପ୍ରଶଂସକମାନଙ୍କୁ ବାହୁବଳୀ ପ୍ରଭାସଙ୍କ ସନ୍ଦେଶ

48

ନିର୍ଦ୍ଦେଶକ ଏସଏସ୍‌ ରାଜମୌଲୀଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ବାହୁବଳୀ’ର ୨ଟି ଯାକ ଭାଗ ମୁକ୍ତିଲାଭ କରିବା ପରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ପ୍ରଭାସ । ସିନେମା କ୍ୟାରିୟର୍ ଅପେକ୍ଷା ପ୍ରଭାସଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଲୋକଙ୍କ ମନରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଛି । ବିଶେଷ କରି ତାଙ୍କ ବିବାହକୁ ନେଇ । ଗଣମାଧ୍ୟରେ ପ୍ରଭାସଙ୍କୁ ନେଇ ଅନେକ ଖବର ମଧ୍ୟ ପ୍ରକାଶ ପାଇଛି । ପ୍ରଭାସ କୁଆଡ଼େ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ବିବାହ କରିବେ ବୋଲି ଶୁଣିବାକୁ  ମିଳିଥିଲା ।

ତେବେ ନିକଟରେ ପ୍ରଭାସ ନିଜ ବିବାହ ନେଇ ମୁହଁ ଖୋଲିଛନ୍ତି  । ହିନ୍ଦୁସ୍ତାନ ଟାଇମ୍ସ ସହ ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି ଯେ, ‘ମହିଳା ପ୍ରଶଂସକମାନେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏବେ ବିବାହ କରିବା ନେଇ ମୋର କୌଣସି ଯୋଜନା ନାହିଁ । ମୁଁ ଭାଗ୍ୟବାନ ଯେ ମୋତେ ଅନେକ ପ୍ରଶଂସକ ମିଳିଛନ୍ତି। ଏବେ ସୁଦ୍ଧା ବିବାହର ପ୍ରଶ୍ନ ଉଠୁନାହିଁ’ । ଅଭିନେତା ପ୍ରଭାସ ଆଗକୁ ‘ସାହୋ’ ଚଳଚ୍ଚିତ୍ରରେ ନଜର ଆସିବେ ।