ବାହୁବଳୀ ହଜାଇଲା ଜୟପୁର ପୁଲିସର ନିଦ ! ହେଲେ କେମିତି . . ପଢନ୍ତୁ ଏହି ରିପୋର୍ଟ

37

ରିଲିଜ୍ ହେବାର ଗୋଟିଏ ମାସ ହୋଇ ଯାଇଥିଲେ ସୁଦ୍ଧା ଏଯାଏଁ ବାହୁବଳୀ -୨କୁ ନେଇ ଥମିନି ଚର୍ଚ୍ଚା । ଏବେ ଏହି ସିନେମା ପାଇଁ ଜୟପୁର ପୁଲିସର ହଜିଛି ନିଦ । ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ସ୍ଥାନୀୟ ଅଂଚଳରୁ ତିନି ଜଣ ପିଲା ନିଖୋଜ ହେବାର ସୂଚନା ପାଇଥିଲା ପୁଲିସ୍ । ନିଖୋଜ ସମସ୍ତ ପିଲାମାନଙ୍କର ବୟସ ପ୍ରାୟ ୮ ରୁ ୧୩ ବର୍ଷ । ତେଣୁ ପିଲାମାନଙ୍କୁ ଖୋଜିବା ପାଇଁ ଏକ ବଡ ସ୍ତରର ସର୍ଚ୍ଚ ଅପରେସନ୍ କରିଥିଲେ ଜୟପୁର ପୁଲିସ୍ । ଏହା ସହ ନିଖୋଜ ମାନଙ୍କୁ ଉଦ୍ଧାର କରିବା ପାଇଁ ସାରା ରାତି ଛାନ୍ ଭିନ୍ ଚଳାଇଥିଲା ପୁଲିସ୍ ।

ତେବେ ପରଦିନ ସକାଳେ ପିଲାମାନଙ୍କୁ ଏକ ମନ୍ଦିର ପାଖରୁ ଉଦ୍ଧାର କରାଯାଇଥିଲା । ପଚାରାଉଚରା କରିବାରୁ ଜଣା ପଡିଥିଲା ବାହୁବଳୀ – ୨ ସିନେମା ଦେଖିବା ପାଇଁ ହଲ୍ ଯାଇଥିଲେ । କିନ୍ତୁ ଟିକେଟ୍ ମିଳିନଥିଲା । ତେବେ ପରିବାର ଲୋକ କାଳେ ରାଗିବେ ତେଣୁ ଭୟରେ ଘରକୁ ଫେରିବା ରାସ୍ତା ଭୁଲି ଯାଇଥିଲେ ।