‘ବାହୁବଳୀ-୨’ ସିନେମାର ନୂଆ ପୋଷ୍ଟର ରିଲିଜ୍ ! ପ୍ରଦର୍ଶିତ ହେଲା ସେନାପତି କଟପ୍ପାଙ୍କ ଦୁଇ ରୂପ

43

ସାମ୍ନାକୁ ଆସିଛି ସିନେମା “ବାହୁବଳୀ-୨’ର ପୋଷ୍ଟର । ନିର୍ଦ୍ଦେଶକ ଏସଏସ ରାଜମୌଲି ଏହି ପୋଷ୍ଟରକୁ ଟ୍ୱିଟ୍ କରି ରିଲିଜ୍ କରିଛନ୍ତି । ଏଥିରେ କଟପ୍ପାର ଦୁଇଟି ରୂପ ଦେଖିବାକୁ ମିଳିଛି । ଗୋଟିକରେ ଶିଶୁ ବାହୁବଳୀକୁ ସେ ଧରିଥିବା ବେଳେ ଅନ୍ୟଟିରେ ସେ ବାହୁବଳୀକୁ ଖଣ୍ଡା ଭୁଷିବାର ଚିତ୍ର ରହିଛି ।

ଏହି ନୂଆ ପୋଷ୍ଟରକୁ ପୋଷ୍ଟ କରି ନିର୍ଦ୍ଦେଶକ ରାଜମୌଲି ଯେଉଁ ଶିଶୁକୁ ସେ ବଡକରିଥିଲେ, ସେହି ଲୋକକୁ ସେ ହତ୍ୟା କଲେ ବୋଲି ଟ୍ୟାଗ୍ କରିଛନ୍ତି । ୨୦୧୫ର ସଫଳ ସିନେମା ବାହୁବଳୀର ସିକ୍ୱେଲ “ବାହୁବଳୀ-୨’ ଏପ୍ରିଲ ୨୮ରେ ରିଲିଜ୍ ହେବ । ତା’ପୂର୍ବରୁ ଆସନ୍ତା ୧୬ ତାରିଖରେ ଏହାର ଟ୍ରେଲର ଏକ ବିରାଟ ଉତ୍ସବ ମାଧ୍ୟମରେ ରିଲିଜ୍ ହେବ ବୋଲି ଜଣାପଡିଛି ।