‘ବାହୁବଲୀ ୨’ର ବିଶାଳ ରେକର୍ଡ ! ହଜାରେ କୋଟି କ୍ଲବରେ ସାମିଲ ହୋଇ ସୃଷ୍ଟି କଲା ନୂଆ ମାଇଲଷ୍ଟୋନ୍

52

ବିଶାଳ ରେକର୍ଡ ନିଜ ନାଁରେ କଲା ବ୍ଲକବଷ୍ଟର ହିଟ୍ ସିନେମା ‘ବାହୁବଲୀ ୨’ । ୫ଟି ଭାଷାରେ ରିଲିଜ ହୋଇଥିବା ଏହି ସିନେମା ଏବେ ହଜାର କୋଟି କ୍ଲବରେ ସାମିଲ ହୋଇଛି । ଏଭଳି ରେକର୍ଡ କରିବାରେ ‘ବାହୁବଲୀ ୨’ ହେଉଛି ପ୍ରଥମ ଭାରତୀୟ ସିନେମା । ବିଶ୍ୱସ୍ତରରେ ଏହାର ବକ୍ସ ଅଫିସ କଲେକ୍ସନ ହଜାରେ କୋଟି ଛୁଇଁଛି । ଭାରତୀୟ ସିନେମା ବଜାରରେ ‘ବାହୁବଲୀ ୨’ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି । କେବଳ ହିନ୍ଦୀ ଭାଷାରେ ଏହି ସିନେମା ୨୭୦କୋଟି ଟଙ୍କା ଆୟ କରିଛି ।