ମାଟ୍ରିକ ଖାତା ଦେଖା ନେଇ ଚେତବାନୀ ଦେଲେ ଗଣଶିକ୍ଷା ମନ୍ତ୍ରୀ ! କହିଲେ, ସହଯୋଗ ନକଲେ କରାଯିବ ବିକଳ୍ପ ବ୍ୟବସ୍ଥା

35

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ବର୍ଜନ କରିବା ପାଇଁ ଶିକ୍ଷକମାନେ ନିଷ୍ପତି ନେଇଛନ୍ତି । ୪ଦଫା ଦାବି ନେଇ ଆଜି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ସ୍କୁଲ ଶିକ୍ଷକ ଓ ମିଳିତ ମଂଚର ବିକ୍ଷୋଭ କରିଛନ୍ତି । ୫୭ଟି ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶିକ୍ଷକ । ସତ୍ୟପାଠଁ ଉଚ୍ଚେଦ କରିବା ସହିତ ୮ଦଫା ଦାବି ସରକାର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେମଧ୍ୟ ପ୍ରତିଶ୍ରୁତ ପୂରଣ କରିନାହାନ୍ତି । ଯେପର୍ଯ୍ୟନ୍ତ ସରକାର ପ୍ରତିଶ୍ରୁତି ପୂରଣ ନକରିଛନ୍ତି ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ କହିଛନ୍ତି । ଭୁବେନଶ୍ୱର,ସମ୍ବଲପୁର, କଟକ, ନୟାଗଡ,ରାଉରକେଲା, ଜୟପୁର ଭଳି ବିଭିନ୍ନ ସ୍ଥାନରେ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି । କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ଖାତାଦେଖାପାଇଁ ୧୩ ହଜାର ୨୮୦ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି ।

ସେପଟେ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଚେତାବନୀ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଖାତା ଦେଖାରେ ସହଯୋଗ ନକଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବଦ୍ରି ପାତ୍ର କହିଛନ୍ତି । ପିଲାଙ୍କ ଭବିଷ୍ୟତକୁ ଦେଖି ଖାତା ଦେଖାରେ ସହଯୋଗ କରନ୍ତୁ । ଶିକ୍ଷକଙ୍କ ଅଧିକାଂଶ ଦାବି ପୂରଣ ହୋଇଛି ।ସବୁ ଦାବି ପୂରଣ କରିବା ସମ୍ଭବ ନୁହେଁ । ଖାତା ଦେଖାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।