ବଦ୍ରିଙ୍କୁ ଏବେ ଘାରିଛି କଂଗ୍ରେସ ଚିନ୍ତା ! କହିଲେ, ଦଳକୁ ଭାଙ୍ଗିବା ପାଇଁ ନିରଞ୍ଜନ ହୋଇଛନ୍ତି ପିସିସି ସଭାପତି

319

କନକ ବ୍ୟୁରୋ : ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଏବେ ଘାରିଛି କଂଗ୍ରେସ ଚିନ୍ତା  । ବ୍ୟକ୍ତିଗତ କନ୍ଦଳକୁ ଆଖିଆଗରେ ରଖି କଂଗ୍ରେସ ବାବଦରେ ଟିପ୍ପଣୀ ଦେଇଛନ୍ତି ବଦ୍ରି ପାତ୍ର । କହିଛନ୍ତି ଦଳକୁ ଭାଙ୍ଗିବା ପାଇଁ ନିରଞ୍ଜନ ପିସିସି ସଭାପତି ହୋଇଛନ୍ତି  । ଦୀର୍ଘ ଦିନ ପ୍ରଚେଷ୍ଟା କରିଥିଲେ ହେଲେ ସଭାପତି ହୋଇପାରୁନଥିଲେ । ନିରଞ୍ଜନ ହିନିମାନିଆ ଅବସ୍ଥାରେ ସେ ପଡ଼ିଥିଲେ । ତେଣୁ ନିରଞ୍ଜନ ବାବୁ ପିସିସି ସଭାପତି ହେବାପରେ ପ୍ରତିଶୋଧ ନେଉଛନ୍ତି । କଂଗ୍ରେସ ଉପରେ ତାଙ୍କର ପୁରୁଣା ରାଗ ରହିଛି । କଂଗ୍ରେସର ଆକର୍ଷଣ ବଢ଼ାଇଛନ୍ତି କି କମାଇଛନ୍ତି ସେକଥା ସମସ୍ତଙ୍କୁ ଜଣା । ତାଙ୍କ ଭାଇମାନେ ହିଁ ତାଙ୍କୁ ପ୍ରଥମେ ଛାଡ଼ିକି ଯାଇଛନ୍ତି । କଂଗ୍ରେସ ତାଙ୍କରି ଅମଳରେ ହିଁ ଭାଙ୍ଗିବ ।

ସେପଟେ ବଦ୍ରି ପାତ୍ରଙ୍କ ଏହି ବୟାନର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ । ସେ କହିଛନ୍ତ ବଦ୍ରିଙ୍କ ଅଭିଯୋଗ ନିରାଧାର  । କୌଣସି ସଥ୍ୟ ଆଧାରିତ ନୁହେଁ । ଏବଂ ନିରଞ୍ଜନ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।  ଏ ବିଷୟରେ ଆମେ କୌଣସି ସୁରାକ ପାଇନୁ । ଆଗାମୀ ସମୟରେ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି, ସେଇଥିପାଇଁ ଏପରି ବୟାନବାଜି କରିପାରୁଥାଆନ୍ତି ।