୧୨ ଦିନ ହେଲା ଗାନ୍ଧୀମାର୍ଗରେ ଗର୍ଜୁଛନ୍ତି ଗୁରୁ । ହେଲେ ଗଣଶିକ୍ଷା ମନ୍ତ୍ରୀ କହିଲେ, ଆମ ପାଖକୁ ଆସିନି ଶିକ୍ଷକଙ୍କ ଦାବି, ଆଲୋଚନା ମାଧ୍ୟମରେ କରାଯିବ ସମାଧାନ

96

କନକ ବ୍ୟୁରୋ: ରାଜରାସ୍ତାରେ ଶିକ୍ଷକ ମାନେ ଅହୋରାତ୍ର ଧାରଣା କରୁଥିବା ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର । କହିଲେ, ଶିକ୍ଷକଙ୍କ ଦାବି ତାଙ୍କ ପାଖକୁ ଆସିନାହିଁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଧାରଣା ୧୨ଦିନରେ ପହଂଚିଛି । ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମଂଚ । ଏହା ପରେ ୬ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜରେ ତାଲା ପଡିବ ବୋଲି ମଂଚ ସୂଚନା ଦେଇଛି ।

ଫଳରେ ରାଜ୍ୟର ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେବା ଆଶଙ୍କା ରହିଛି । ସରକାର ଶିକ୍ଷକଙ୍କ କଥା ଶୁଣୁନଥିବା ଅଭିଯୋଗ କରି ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ଏବଂ ୬ତାରିଖରୁ ସ୍କୁଲ କଲେଜରେ ତାଲା ପକାଇବାକୁ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଧମକ ଦେଇଛି । ଏପରିକି ଆବଶ୍ୟକ ପଡିଲେ ନିର୍ବାଚନ କାର୍ଯ୍ୟକୁ ମଧ୍ୟ ପର୍ତ୍ୟାକ୍ଷାନ କରିବା ପାଇଁ ସଂଘ କହିଛି ।