ବିବାହ ବନ୍ଧନରେ ବାନ୍ଧି ହେବେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ : ଡିସେମ୍ବର ୧୬ରେ ପି. କଶ୍ୟପଙ୍କ ସହ ପଡିବ ହାତଗଣ୍ଠି

46

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଭାରତୀୟ ବ୍ୟାଡମିଂଟନ ତାରକା ସାଇନା ନେହୱାଲ । ନିଜର ସାଥୀ ତଥା ବ୍ୟାଡମିଟନ ପ୍ଲେୟାର ପିକଶ୍ୟପଙ୍କ ହାତ ଧରିବାକୁ ଯାଉଛନ୍ତି ସାଇନା । ଆସନ୍ତା ଡିସେମ୍ବର ୧୬ ତାରିଖରେ ଦୁହେଁ ବିବାହ କରିବେ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ତେବେ ସାଇନା ତାଙ୍କ ବିବାହରେ କିଛି ବଛା ବଛା ଅତିଥିଙ୍କୁ ଆମନ୍ତ୍ରଣ କରିବେ । ପାଖାପାଖି ୧୦୦ ଜଣ ନାମୀଦାମୀ ଅତିଥୀ ତାଙ୍କ ବିବାହରେ ସାମିଲ ହେବେ । ବିବାହ ପରେ ସପ୍ତାହବ୍ୟାପୀ ରିସେପ୍ସନ ପାର୍ଟି ରଖାଯି ବ । ଏଥିରେ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେବେ । ବିବାହ ତାରିିଖ ଫାଇନାଲ ହେବାପରଠାରୁ ଦୁହିଁଙ୍କ ପରିବାରରେ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି ।

ଦୀର୍ଘ ୧୦ ବର୍ଷ ଧରି ଲଭ ରିଲେସନସିପରେ ରହିବା ପରେ ଏବେ ବିବାହ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ସାଇନାଙ୍କ ଭାବି ସ୍ୱାମୀ ପରୁପଲ୍ଲୀ କଶ୍ୟପ ୨୦୧୪ ମସିହାରେ କମନୱେଲ୍ଥ ଗେମସରେ ସ୍ୱର୍ଣ୍ଣବିଜୟୀ ହୋଇଥିଲେ । ୨୦୦୫ ମସିହାରେ ବ୍ୟାଡମିଟନ ଟ୍ରେନିଙ୍ଗ ନେବା ସମୟରେ ଦୁହିଁଙ୍କ ଭେଟ ହୋଇଥିଲା । ସେବେଠାରୁ ଦୁହିଁଙ୍କଠାରୁ ପ୍ରେଣ୍ଡସିପ ଥିଲା । ଏବଂ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ସାଇନା ବର୍ତ୍ତମାନ ସୁଦ୍ଧା ୨୩ରୁ ଅଧିକ ଇଂଟରନାସନାଲ ଟାଇଟେଲ ଜିତିସାରିଛନ୍ତି । ଏବଂ ୧୦ଟି ସୁପରସିରିଜର ଟାଇଟର ମଧ୍ୟ ନିଜ ନାଁରେ କବଜା କରିଛନ୍ତି ।