ସଟଲ ଷ୍ଟାର ପି. ଭି. ସିନ୍ଧୁଙ୍କ ନୂଆ ଅବତାର

34

ସଟଲ ଷ୍ଟାରଙ୍କ ନୂଆ ଅବତାର । ଖାସକରି ରିଓ ଅଲିମ୍ପିକ୍ସରେ ବ୍ୟାଡମିଂଟନରେ ରୌପ୍ୟ ପଦକ ଜିତିବା ପରେ ସାରା ଦେଶରେ ଏବେ ସିନ୍ଧୁଙ୍କ କ୍ରେଜ । ସଟଲ ଷ୍ଟାର ପି. ଭି. ସିନ୍ଧୁଙ୍କୁ ଦେଖିବାକୁ ମିଳିଛି ଏକ ନୂଆ ଅବତାରରେ । ପାରମ୍ପରିକ ଶାଢୀରେ ସିନ୍ଧୁ ପହଂଚିଛନ୍ତି ହାଇଦ୍ରାବାଦସ୍ଥିତ ଲାଲଦୱାର୍ଜା ସିଂହବାହିନୀ ମହାକାଳୀଙ୍କ ମନ୍ଦିରରେ । ମାଆଙ୍କ ପୂଜାର୍ଚ୍ଚନା ପାଇଁ ମୁଣ୍ଡରେ ଭୋଗ ଓ ଫୁଲର ପସରା ଧରି ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ମନ୍ଦିରକୁ ଯାଇ ନିଜ କ୍ରୀଡା ଜୀବନରେ ଅଧିକ ସଫଳତା ପାଇବା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଦିନେ ରିଓରେ ତାଙ୍କ ସଫଳତା ପାଇଁ ଠାକୁରଙ୍କୁ ପୂଜାର୍ଚ୍ଚନା କରୁଥିଲା ସାରା ଦେଶ । ଏବେ ସେ ସଫଳତା ପାଇବା ପରେ ପୁଣି ଆଗକୁ କିଭଳି ଅଧିକ ସଫଳ ହେବେ ସେଥିଲାଗି ମାଆ କାଳୀଙ୍କୁ ଆରାଧନା କରିଛନ୍ତି ।