ଦିଲ୍ଲୀ ସନ୍ଥନଗର ଆତ୍ମହତ୍ୟା ଘଟଣାରେ ଖୋଲୁଛି ରହସ୍ୟ : ଦୁଷ୍ଟ ଆତ୍ମା କବଳରୁ ରକ୍ଷା କରିବା ପାଇଁ ଭାଟିଆ ପରିବାର କରୁଥିଲେ ‘ବଦ୍ଧ ତପସ୍ୟା’

118

କନକ ବ୍ୟୁରୋ : ଦିଲ୍ଲୀ ସନ୍ଥନଗରରେ ଭାଟିଆ ପରିବାରର ୧୧ଜଣ ସଦସ୍ୟ ମାମଲାରେ ନୂଆ ମୋଡ଼ । ଘରକୁ ଦୁଷ୍ଟ ଆତ୍ମା କବଳରୁ ରକ୍ଷା କରିବା ପାଇଁ ଭାଟିଆ ପରିବାର ବଦ୍ଧ ତପସ୍ୟା ରୀତି ଆଧାରରେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ପୁଲିସ୍ କହିଛି, ଭାଟିଆ ପରିବାରର ସାନପୁଅ ଲଳିତ ନିଜ ମୃତ ବାପାଙ୍କ ସହ କଥାବାର୍ତ୍ତାବେଳେ ଘରକୁ ଦୁଷ୍ଟ ଆତ୍ମା କବଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ପାଇଥିଲେ । ଏଥିପାଇଁ ସାତ ଦିନ ଧରି ଭାଟିଆ ପରିବାର ଏକ ନିର୍ଦ୍ଦିଷ୍ଟ କଦଳୀ ଗଛକୁ ପୂଜା କରିଥିଲେ ।

ଡାଏରିରେ ସେ ନିଜ ବାପାଙ୍କ ନିକଟରୁ ଚାରିଗୋଟି ଆତ୍ମା ଘର ଭିତରେ ବୁଲୁଥିବା ସୂଚନା ପାଇଥିଲେ । ଯାହା ଡାଏରୀରେ ଉଲ୍ଲେଖ ଥିବା ପୁଲିସ୍ କହିଛି । ହରିଦ୍ୱାର ପରି ତୀର୍ଥ ଯିବା ବଦଳରେ ବଦ୍ଧ ତପସ୍ୟା କରିବାକୁ ଲଳିତଙ୍କୁ କହିଥିଲେ ତାଙ୍କ ମୃତ ବାପା । ଡାଏରୀରେ ଲଳିତ ଏହା ମଧ୍ୟ ଲେଖିଛନ୍ତି, ୧୧ ଜଣ ବ୍ୟକ୍ତି ବଦ୍ଧ ତପସ୍ୟା କରିବାକୁ ରାଜି ହୋଇଥିବାରୁ ଈଶ୍ୱର ଖୁସି ହୋଇଛନ୍ତି ଓ ବଦ୍ଧ ତପସ୍ୟା ସବୁ ସମସ୍ୟାର ସମାଧାନ । ତପସ୍ୟା ପାଇଁ ପୁରା ପରିବାର ରାଜି ହେବା ପରେ ଗଣଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି ।