ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଝଟକା ! ୨୭ ଫେବୃୟାରୀରୁ କମ୍ପାନୀ ବନ୍ଦ କରୁଛି ଏକ ସ୍ୱତନ୍ତ୍ର ସୁବିଧା, ଜାଣନ୍ତୁ କିପରି କ୍ଷତିଗ୍ରସ୍ତ ହେବେ ଗ୍ରାହକ

74

ପ୍ରଥମେ ମାଗଣା ଡାଟା ଓ ପରେ ଶସ୍ତା ଫୋନ ଲଂଚ କରି ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିଲା ରିଲାଏନ୍ସ ଜିଓ । ଜିଓ ଆସିବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ଗୁଡ଼ିକରେ ଦେଖାଦେଇଥିଲା ମାନ୍ଦାବସ୍ଥା । ଲୋକଙ୍କୁ ଆକର୍ଷିତ କରିବା ପାଇଁ ରିଲାଏନ୍ସ ଜିଓ ନିୟମିତ ସମୟ ବ୍ୟବଧାନରେ ଲଂଚ କରୁଥିଲା ଅନେକ ମନଲୋଭା ଅଫର । ଦିନକୁ ଦିନ ବଢ଼ିବାରେ ଲାଗିଲେ ଜିଓ ଗ୍ରାହକ । ଏସବୁ ପରେ ଜିଓ ଲଂଚ କଲା ଫିଚର ଫୋନ୍, ତାହା ପୁଣି ମାତ୍ର ୧୫୦୦ ଟଙ୍କାରେ । ଏହିପରିଭାବେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କେତେ କ’ଣ ଉପାୟ ବାହାର କଲା ଜିଓ । ଆଉ ଅନେକାଂଶରେ ସଫଳ ହେଲା ମଧ୍ୟ । ତେବେ ଧୀରେ ଧୀରେ ଜିଓ ଗ୍ରାହକ ବଢ଼ୁଥିବା ସମୟରେ ଏବେ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଖରାପ ଖବର ।

ରିିଲାଏନ୍ସ ଜିଓ ନିଜର ଉପଭୋକ୍ତାଙ୍କୁ ମେସେଜ ପଠାଇ ଚେତାବନୀ ଦେଇସାରିଛି । ଆଗାମୀ ୨୭ ଫେବୃୟାରୀରୁ ଲାଗୁ ହେବ । ଜିଓ ମନି ଅନୁସାରେ ୨୭ ଫେବୃୟାରୀରୁ ବ୍ୟାଙ୍କ୍ ଟଙ୍କା ନେଣଦେଣ ଉପରେ ରୋକ ଲଗାଇ ଦିଆଯିବ । ଏହି ସମ୍ମନ୍ଧରେ ଜିଓ ଗ୍ରାହକଙ୍କ ପାଖରେ ପହଞ୍ଚିଯାଇଛି ମେସେଜ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ଼୍ ଲାଇନ୍ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି । ଆରିବିଆଇ ନିଜ ଗାଇଡ଼ଲାଇନ୍ ସୂଚନା ଦେଇଥିଲେ କି ମୋବାଇଲ ୱାଲେଟରୁ ବ୍ୟାଙ୍କକୁ ଟଙ୍କା ପଠାଯାଉଥିବା ସୁବିଧାକୁ ବନ୍ଦ କରିଦିଆଯିବ । ଆଉ ଏହି ନିର୍ଦ୍ଦେଶ ୨୭ ଫେବୃୟାରୀରୁ ଲାଗୁ ହେଉଅଛି । ଗାଇଡ଼୍ ଲାଇନ୍ ଜାରି ହେବା ପରେ ଗ୍ରାହକଙ୍କୁ ସୂଚିତ କରିଦେଇଛି ଜିଓ ମନି । ଗ୍ରାହକ ୨୬ ଫେବୃୟାରୀ ପର୍ଯ୍ୟନ୍ତ ହିଁ ଏହି ସେବାର ଲାଭ ଉଠାଇପାରିବେ ବୋଲି ଜିଓ ମନି କହିସାରିଛି ।