ଷ୍ଟାରଙ୍କ ଅଜବ ଅଭ୍ୟାସ ! କାହାକୁ ଖୋଲାରେ ଗାଧୋଇବା ପସନ୍ଦ ତ ସନ୍ନି ଲିଓନ ପ୍ରତି ୧୫ ମିନିଟରେ କରନ୍ତି ଏହି କାମ

24

ଫ୍ୟାନ୍ସମାନେ ସବୁବେଳେ ନିଜ ପସନ୍ଦର ଅଭିନେତା ଏବଂ ଅଭିନେତ୍ରୀଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ଥାନ୍ତି । ସେମାନେ ବ୍ୟକ୍ତିଗତ ଜୀବନରେ କିଭଳି ରୁହନ୍ତି,କ’ଣ ପିନ୍ଧନ୍ତି ଇତ୍ୟାଦି । ତେବେ ଆସନ୍ତୁ ଏଭଳି କିଛି ଷ୍ଟାରଙ୍କ ଅଜବ ଅଭ୍ୟାସ ଉପରେ ନଜର ପକାଇବା ।
ବ୍ରାଡ ପିଟ : ହଲିଉଡ ଅଭିନେତା ବ୍ରେଡ ପିଟଙ୍କୁ ଗାଧୋଇବା ସମୟରେ ସାବୁନ ବ୍ୟବହାର କରିବାକୁ ପସନ୍ଦ କରନ୍ତି ନାହିଁ ।
ମେଗନ ଫାକ୍ସ : ହଲିଉଡ ଅଭିନେତ୍ରୀ ମେଗନ ଫାକ୍ସଙ୍କ ବଦଭ୍ୟାସ ହେଉଛି ସେ କେବେ ଟଏଲେଟ ବ୍ୟବହାର କରି ସାରିବା ପରେ ଫ୍ଲସ ଦବାନ୍ତି ନାହିଁ ।
ଜିତେନ୍ଦ୍ର : ବରିଷ୍ଠ ଅଭିନେତା ଜିତେନ୍ଦ୍ରଙ୍କ ଅଭ୍ୟାସ ଶୁଣିଲେ ଆପଣ ହସିଉଠିବେ । ଜିତେନ୍ଦ୍ରଙ୍କୁ ଟଏଲେଟରେ ଥିବା ସମୟରେ ଅମୃତଭଣ୍ଡା ଖାଇବାର ବଦଭ୍ୟାସ ରହିଛି ।
କରିନା କପୁର ଖାନ : ପଟୌଦି ଖାନଦାନର ବୋହୂ ତଥା ବଲିଉଡ ବିୟୁଟି କରିନା କପୁର ଖାନଙ୍କୁ ନଖ ଚୋବାଇବାର ବଦଭ୍ୟାସ ରହିଛି ।
ଜନ ଆବ୍ରାହମ : ଆକ୍ସନ ହିରୋ ଜନ ଆବ୍ରହାମଙ୍କୁ ବସିବା ସମୟରେ ଗୋଡ ହଲାଇବା ଭଳି ବଦଭ୍ୟାସ ରହିଛି ।
ଶାହରୁଖ ଖାନ : ବଲିଉଡର ସୁପରଷ୍ଟାର କିଙ୍ଗଖାନଙ୍କ ଫ୍ୟାନ ଫଲୋଅର୍ସ ବହୁତ ଅଧିକ । ତେବେ ଜାଣିଛନ୍ତି କି ଶାହରୁଖଙ୍କ ଏକ ଅଭ୍ୟାସ ରହିଛି ଯେ ସେ ବେଡକୁ ଶୋଇବାକୁ ଗଲାବେଳେ ହିଁ ନିଜ ସୁ ବାହାର କରି ଶୋଇବାକୁ ଯାଆନ୍ତି ।
ସୈଫ ଅଲ୍ଲି ଖାନ : ଛୋଟେ ନବାବ ସେଫ ଅଲ୍ଲି ଖାନ ନିଜ ବାଥରୁମରେ ଟେଲିଫୋନ ଏଳ୍ସଟେନସନ କର୍ଡ ଏବଂ ଲାଇବ୍ରେରୀ ଖୋଲି ରଖିଛନ୍ତି ।

ଆୟୁଷ୍ମାନ ଖୁରାନ୍ନା : ଅଭିନେତା ଏବଂ ଗାୟକ ଆୟୁଷ୍ମାନ ଖୁରାନ୍ନାଙ୍କୁ ଦିନରେ ବହୁତଥର ଟୁଥବ୍ରଶ କରିବାର ଅଜବ ଅଭ୍ୟାସ ଅଛି ।
ଅମିଷା ପଟେଲ : ଗଦ୍ଦର ସିନେମାରୁ ଚର୍ଚ୍ଚିତ ହୋଇଥିବା ଅଭିନେତ୍ରୀ ଅମିଷା ପଟେଲଙ୍କୁ ଗୋଲାପୀ ରଙ୍ଗ ବହୁତ ପସନ୍ଦ । ସେ ବହୁ ସମୟରେ ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧିବାକୁ ପସନ୍ଦ କରିଥାନ୍ତି । କେବଳ ଡ୍ରେସ ନୁହେଁ ଅମିଷାଙ୍କ ଘରର ବହୁତ ସ୍ଥାନରେ ଗୋଲାପୀ ରଙ୍ଗର ଦ୍ରବ୍ୟ ଦେଖିବାକୁ ମିଳିଥାଏ ।
ରାଣୀ ମୁଖାର୍ଜୀ : ବଲିଉଡର ଆଗଧାଡିର ଅଭିନେତ୍ରୀ ହେଲେ ରାଣୀ ମୁଖାର୍ଜୀ । କିନ୍ତୁ ରାଣୀ ମଧ୍ୟ ସିଗାରେଟ ଟାଣିବା ଭଳି ବଦଭ୍ୟାସ ଆପଣାଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ସିଗାରେଟ ଟାଣିଥାନ୍ତି ।
ସାହିଦ କପୁର : ବଲିଉଡର ଚକଲେଟ ବଏ ସାହିଦ କପୁରଙ୍କୁ ଦିନରେ ବହୁତ ଥର କଫି ପିଇବା ଭଳି ଅଭ୍ୟାସ ରହିଛି ।
ସୁସ୍ମିତା ସେନ : ମିସ ୱାର୍ଲଡ ସୁସ୍ମିତା ସେନଙ୍କୁ ଖୋଲାରେ ଗାଧୋଇବା ବହୁତ ପସନ୍ଦ । ସେ ଅଧିକାଂଶ ସମୟ ଖୋଲାରେ ଗାଧାନ୍ତି ।
ସନ୍ନି ଲିଓନ : ବଲିଉଡର ବେବିଡଲ ସନ୍ନି ଲିଓନଙ୍କୁ ପ୍ରତି ୧୫ ମିନିଟରେ ଗୋଡ ସଫା କରିବା ଭଳି ଅଭ୍ୟାସ ରହିଛି ।