ଏହି କଳାକାରମାନେ ଦିନେ ଥିଲେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ! ଆଜି ପାଲଟିଛନ୍ତି ସୁପରଷ୍ଟାର

44

ବଲିଉଡରେ ଆଜି ସୁପରଷ୍ଟାର ଭାବେ ଜଣା ଯାଉଥିବା ଅନେକ କଳାକାର ନିଜ କ୍ୟାରିୟର ଆରମ୍ଭ କରିଥିଲେ ବ୍ୟକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ । ଯେଉଁ କଳାକାରମାନଙ୍କ ପଛରେ ଆଜି କୋଟି କୋଟି ଦର୍ଶକ ପାଗଳ ଏବଂ ଯାହାଙ୍କ ପଛରେ ଶହ ଶହ ଡ୍ୟାନ୍ସର ନାଚୁଛନ୍ତି, ସେମାନେ ମଧ୍ୟ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଏହିପରି ଭାବରେ। ଆସନ୍ତୁ ଜାଣିବା ସେଭଳି କଳାକାରଙ୍କ ବିଷୟରେ।

ବଲିଉଡର ଅଗ୍ରଣୀ ନାୟିକା ଭାବେ ପରିଗଣିତ ଦୀପିକା ପାଦୁକୋନ । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କି ଦୀପିକା ତାଙ୍କ ଅଭିନୟ ଜୀବନ ଆରମ୍ଭ କରିବା ଆଗରୁ ନିଜ ପିତାଙ୍କ ପରି ବ୍ୟାଡମିଣ୍ଟନ୍‌ ଖେଳାଳି ହେବାକୁ ଭାବୁଥିଲେ ଏବଂ ସେ ଜାତୀୟସ୍ତରର ବ୍ୟଡମିଣ୍ଟନ୍‌ ମଧ୍ୟ ଖେଳିଛନ୍ତି। କିନ୍ତୁ ନିଜ ଭିତରେ ରହିଥିବା ଅଭିନୟର ପ୍ରତିଭାକୁ ସେ ବେଶିି ଦିନ ଲୁଚାଇପାରି ନଥିଲେ । ଦୀପିକା ମଡେଲ ଭାବେ କ୍ୟାରିୟର ଆରମ୍ଭ କରି କିଛି ମ୍ୟୁଜିକ ଭିଡିଓରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ। ଏହା ପରେ ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରି ସେ ଆଜି ବଲିଉଡର ଜଣେ ଆଗ ଧାଡ଼ିର ନାୟିକା ଭାବେ ପରିଚିତ।

ସାହିଦ କପୁର ତାଙ୍କ ବାସ୍ତବବାଦୀ ଅଭିନୟ ସହ ଆକର୍ଷଣୀୟ ନୃତ୍ୟ ପାଇଁ ବେଶ ପରିଚିତ। ଷ୍ଟାରକିଡ୍‌ ହୋଇକରି ମଧ୍ୟ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ବ୍ୟାକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ। ସେ ଫ୍ୟାସନ କୋରିଓଗ୍ରାଫର ସିମକ ଦାଭରଙ୍କ ପାଖରେ ନୃତ୍ୟ ଶିକ୍ଷା କରିଥିଲେ। ସାହିଦ ଅଭିନେତା ଭାବେ ଫିଲ୍ମକୁ ଆସିବା ପୂର୍ବରୁ ବହୁ ଫିଲ୍ମରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର କାମ କରିସାରିଥିଲେ।

ଅଭିନେତ୍ରୀ ଡେଜି ସାହା ପ୍ରଥମେ ସଲମନ ଖାନଙ୍କ ‘ତେରେ ନାମ ‘ ଫିଲ୍ମରେ ବ୍ୟକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ଦେଖାଯାଇଥିଲେ। ଏଠାରେ ତାଙ୍କ ନୃତ୍ୟ ଦେଖି ସଲମାନ ତାଙ୍କୁ ଫିଲ୍ମରେ ଅଭିନେତ୍ରୀ ଭାବେ ସୁଯୋଗ ଦେବେ ବୋଲି କହିଥିଲେ। ୨୦୧୪ ମସିହାରେ ଆସିଥିବା ‘ଜୟ ହୋ’ ଫିଲ୍ମରେ ସେ ସଲମାନଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ଦେଖା ଦେଇଥିଲେ।

ଟେଲିଭିଜନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ସିଂ ରାଜପୁତ ଆଜି ବଲିଉଡର ଜଣେ ପରିଚିତ କଳାକାର । ଟେଲିଭିଜନ ଦୁନିଆକୁ ଆସିବା ଆଗରୁ ସେ ବିଭିନ୍ନ ଫିଲ୍ମ ଏବଂ ଆଓ୍ଵାର୍ଡ ସୋରେ ବ୍ୟାକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରୁଥିଲେ। ତେବେ ସଂଘର୍ଷ ଜରିଆରେ ସେ ଏବେ ଜଣେ ଜଣାଶୁଣା କଳାକାର। ନିଜର ନିପୁଣ ଅଭିନୟରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅର୍ସାଦ ଓ୍ଵାରସୀ ମଧ୍ୟ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ମୁନା ଭାଇ ଏମବିବିଏସ’ର ସର୍କିଟ ଏବଂ ‘ଗୋଲମାଲ’ର ମାଧବନ ଚରିତ୍ରରେ ଦର୍ଶକଙ୍କୁ ଅଧିକ ଆକର୍ଷଣ କରିଛନ୍ତି। ସେ ୧୯୯୬ ମସିହାରେ ‘ତେରେ ମେରେ ସପନେ’ ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ବ୍ୟାକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ବହୁ ଫିଲ୍ମରେ ନଜର ଆସିଥିଲେ।

ବର୍ତ୍ତମାନର ଆଗଧାଡ଼ିର ଫ୍ୟାଶନ କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ରେମୋ ଡିସୁଜା ଫିଲ୍ମ ‘ରଙ୍ଗିଲା’ ରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନିଜ କ୍ୟରିୟର ଆରମ୍ଭ କରିଥିଲେ। ସେ ବହୁ ଫିଲ୍ମ ମଧ୍ୟ ବ୍ୟାକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କରିଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଡ୍ୟାନ୍ସ ରିଆଲିଟି ସୋ’ ରେ ଜଜ୍‌ ହେବା ସହ ‘ଏବିସିଡି’ ଭଳି ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।