ଖୁଂଟୁଣୀ ବନାଂଚଳରେ ଅଘଟଣ : ପାଣିରେ ବୁଡି ହାତୀ ଛୁଆର ମୃତ୍ୟୁ

27

ଖୁଂଟୁଣୀ : ପାଣିରେ ବୁଡି ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀଛୁଆଟି ହାତୀପଲ ସହ ନାଳ ପାର ହେଉଥିବା ସମୟରେ ପାଣିରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ଖୁଂଟୁଣୀ ବନାଂଚଳରେ ଘଟିଛି ଅଘଟଣ । ମୃତ ହାତୀ ଛୁଆଟିର ବୟସ ୮ମାସ ହେବ ବୋଲି ଅନୁମାନ କରାଯାଉଛି । ମୃତ ହାତୀ ଛୁଆକୁ ଜୋରରୁ ଉଦ୍ଧାର କରି ଖୁଂଟୁଣୀ ବନାଂଚଳରେ ରଖାଯାଇଛି । ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡିବ ବୋଲି ଖୁଂଟୁଣୀ ବନ ଅଧିକାରୀ କହିିଛନ୍ତି ।