ଓଲିଉଡ୍ ଅଭିନେତା ବାବୁସାନଙ୍କ ପାଇଁ ଆଜି ହେଉଛି ଖୁସିର ଦିନ ! ସୋସିଆଲ୍ ମିଡିଆରେ ପ୍ରଶଂସକ ଦେଲେ ଶୁଭେଚ୍ଛା ।

82

ଓଡିଶାବାସୀଙ୍କ ପ୍ରିୟ ଅଭିନେତା ବାବୁସାନ ମହାନ୍ତି । ଓଲିଉଡ ଜଗତରେ ବାପାଙ୍କ ପରେ ବାଳୁଙ୍ଗା ଟୋକା ହୋଇ ଦର୍ଶକଙ୍କ ମନ ଜିତିଥିବା ବାବୁସାନଙ୍କର ଆଜି ହେଉଛି ବିବାହ ବାର୍ଷିକ । ଅନେକ ଫ୍ୟାନ୍ସ ମାନେ ତାଙ୍କୁ ସୋସିଆଲ ମିଡିଆରେ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ୨୦୧୪ ଜୁଲାଇ ୬ରେ ସେ ତୃପ୍ତି ଶତପଥିଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ବିବାହ ଅତି ଆଡମ୍ବର ପୂର୍ଣ୍ଣ ନ ହୋଇ ଆର୍ୟ୍ୟ ସମାଜ ରୀତିନୀତିରେ ହୋଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ସିନେ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତାଙ୍କ ଏକମାତ୍ର ସନ୍ତାନ ଅଟନ୍ତି ବାବୁସାନ । ବାପା ମା’ଙ୍କ ଭଳି ସେ ମଧ୍ୟ ନିଜ ଅଭିନୟରେ ସମସ୍ତ ଦର୍ଶକଙ୍କ ମନକୁ ଜିତି ପାରିଛନ୍ତି ଏବଂ ବର୍ତ୍ତମାନର ଯୁବପିଢି ତାଙ୍କ ସିନେମାଙ୍କୁ ଖୁବ ପସନ୍ଦ କରୁଛନ୍ତି । ନିକଟରେ ତାଙ୍କର ଫିଲ୍ମ ରିଲିଜ ହୋଇଥିଲା ସୁନ୍ଦରଗଡ ସଲମାନ ଖାନ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା । ଗତ କିଛି ଦିନ ତଳେ ତାଙ୍କର ଫ୍ୟାନ୍ସ ମାନେ ବାବୁଶାନଙ୍କ ପାଇଁ ଏକ ‘ବାବୁସାନ ଫ୍ୟାନ’ଗୀତ ପ୍ରସ୍ତୁତ କରିଥିଲେ । ଯାହାକୁ କଣ୍ଠଦାନ ଦେଇଥିଲେ ତାରିକ୍ ଅଜିଜ୍ । ଯାହା ଏବେ ଚହଳ ସୃଷ୍ଟି କରିଛି ।