‘ଯୋଦ୍ଧା’ ହେବେ ବାବୁସାନ୍ : ଦୀର୍ଘ ଦିନ ପରେ ଚକଲେଟ୍ ହିରୋଙ୍କ ଆକସନ୍ ଧମାକା ଦେଖିବେ ଦର୍ଶକ

299

ଓଲିଉଡର କମେଡି ଷ୍ଟାର୍ ଭାବେ ଜଣା ଶୁଣା ବାବୁସାନ୍ । କିନ୍ତୁ ଖୁବ୍ ଶୀଘ୍ର ଆକସନ୍ ରୋଲରେ ନଜର ଆସିବେ ଏହି ଚକଲେଟ୍ ହିରୋ । ଆଉ ବହୁ ଦିନ ବ୍ୟବଧାନରେ ବାବୁସାନଙ୍କ ଆକସନ୍ ଧମାକା ପରଦାରେ ଦେଖିବାକୁ ପାଇବେ ଦର୍ଶକ । କାରଣ ବାବୁସାନଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ରହିଛି ‘ଯୋଦ୍ଧା’। ଏହି ଫିଲ୍ମରେ ଜଣେ ଯୋଦ୍ଧା ରୂପରେ ଆସୁଛନ୍ତି ବାବୁସାନ୍ ।

ତେବେ ‘ଯୋଦ୍ଧା’ ଏକ ନୂଆ ଫିଲ୍ମ ନୁହେଁ । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ୬ ବର୍ଷ ତଳେ ସରିଥିଲା । ଆଉ ଏହା ଭୋଜପୁରୀ-ଓଡ଼ିଆ ୨ଟି ଭାଷାରେ ତିଆରି ହୋଇଥିଲା । ଭୋଜପୁରୀ ଭର୍ସନ୍ ପ୍ରାୟ ୫ବର୍ଷ ତଳୁ ରିଲିଜ୍ ସରିଛି ।କିନ୍ତୁ ଓଡ଼ିଆ ଭର୍ସନର ରିଲିଜ୍ ଲାଗି ପ୍ରସ୍ତୁତି ଚାଲିଛି । ଡ଼ ସୁନୀଲ୍ କୁମାର ପ୍ରଯୋଜିତ ତଥା ବାଲି ନିର୍ଦେଶିତ ଏହି ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ରୀୟା । ଏହା ଏହି ଯୋଡିର ଚତୁର୍ଥ ଫିଲ୍ମ । ପୂର୍ବରୁ ‘ପ୍ରେମ ଅଢ଼େଇ ଅକ୍ଷର’,‘ଲଭମାଷ୍ଟର’ ଏବଂ ‘ତୁ ଯେ ସେଇ’ରେ ଏଇ ଯୋଡ଼ି ନଜର ଆସିଥିଲେ।