ଅଭିନେତା ବାବୁସାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

156

ଭୁବନେଶ୍ୱର : ଅଭିନେତା ବାବୁସାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ରସୁଲଗଡରୁ ସୁଟିଂ ସାରି ବାବୁଶାନ୍ ଫେରୁଥିବାବେଳେ ବରମୁଣ୍ଡା ଓଭରବ୍ରିଜଠାରେ ଟ୍ରକ ସହ ତାଙ୍କ ଗାଡିର ଧକ୍କା ହୋଇଛି । ଟ୍ରକଟି ଓଭର ଟେକ୍ କରିବା ସମୟରେ ବାବୁଶାନଙ୍କ ପାଜେରୋକୁ ଧକ୍କା ଦେଇଥିଲା । ଏନେଇ ଖଣ୍ଡଗିରି ଥାନାରେ ବାବୁସାନଙ୍କ ପକ୍ଷରୁ ଏକ ଅଭିଯୋଗ କରାଯାଇଛି । ତେବେ ପୋଲିସ ଟ୍ରକକୁ ଜବତ କରି ଘଟଣାର ଅନୁସଂନ୍ଧାନ ଜାରି ରଖିଛି ।