୮୯ ବର୍ଷୀୟ ବିଜେପି ବରିଷ୍ଠ ନେତା କହିଲେ, ଏବେ ତ ମୋ ପାଇଁ ଝିଅ ଦେଖାଚାଲିଛି,ଭଲ ଝିଅ ମିଳିଲେ ଜଲଦି ବାହାହେବି !

288

ନିଜ ବୟାନରେ ସବୁବେଳେ ଚର୍ଚ୍ଚାର ପରିସରକୁ ଆସୁଥିବା ବିଜେପିର ବରିଷ୍ଠ ନେତା ବାବୁଲାଲ୍ ଗୋରଙ୍କ ତାଜା ବୟାନ ଏବେ ପୁଣି ଥରେ ହଲଚଲ ସୃଷ୍ଟି କରିଛି । ଗୋର ନିକଟରେ କହିଛନ୍ତି ଯେ ଏବେ ତାଙ୍କ ପାଇଁ ଝିଅ ଦେଖା ଚାଲୁଛି ଭଲ ଝିଅ ମିଳିଲେ ଯାଇ ବାହା ହେବି । ପ୍ରଥମ କିମ୍ବା ଦ୍ୱିତୀୟ ଏଥିରେ ପ୍ରାଥମିକତା ନାହିଁ ।

ଗୋର ଏହି ବୟାନ ତାଙ୍କ କଂଗ୍ରେସରେ ପ୍ରବେଶ ଅଟକଳକୁ ନେଇ କହିଥିଲେ । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କ’ଣ ସେ କଂଗ୍ରେସକୁ ଯାଉଛନ୍ତି । ଲୋକସଭା ନିର୍ବାଚନରେ କଂଗ୍ରେସର ଟିକଟ୍ ଅଫରକୁ ନେଇ ଗୋର କହିଥିଲେ ଯେଉଁଠାରୁ ଅଫର ଆସିଲା ତାହାର ବିଚାର କରିବି । ଏବେ ପର୍ଯ୍ୟନ୍ତ ଅନ୍ୟ କେଉଁ ଦଳରୁ ଅଫର ଆସିନାହିଁ । ଏଠାରେ ପ୍ରଥମ ଏବଂ ଦ୍ୱିତୀୟର କିଛି କାମ ନାହିଁ । ଏବେ କିଛି ଫାଇନାଲ୍ ହୋଇନାହିଁ ।

ନିଜ ଥଟ୍ଟାମଜା ଢଙ୍ଗ ପାଇଁ ବେଶ୍ ଚର୍ଚ୍ଚିତ ଥିବା ଏହି ନେତା କହିଥିଲେ ଯେ ଏବେ ମୁଁ ଝିଅ ଦେଖୁଛି । ତେବେ ଗୋଟିଏ ଦିନ ପୂର୍ବରୁ ଏହି ନେତା କହିଥିଲେ ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ତାଙ୍କୁ ଭୋପାଲ ଲୋକସଭା ସିଟରୁ ନିର୍ବାଚନ ଲଢିବା ପାଇଁ ଅଫର୍ ଦେଇଛନ୍ତି । ବିଧାନସଭା ନିର୍ବାଚନରେ କଂଗ୍ରେସର ଜିତ୍ ପରେ ଦିଗବିଜୟ ସିଂହ ବାବୁଲାଲଙ୍କୁ ଭେଟିବାକୁ ତାଙ୍କ ବାସଗୃହକୁ ଯାଇଥିଲେ । ଏଠାରେ ଏହି କଥା ବାହାରି ଆସିଥିଲା । ନିର୍ବାଚନକୁ ନେଇ ବାବୁଲାଲ କହିଥିଲେ ଯେ ଟିକେଟ୍ ଠିକ୍ କ୍ୟାଣ୍ଡିଡେଟ୍ କୁ ଦିଆଯାଇନାହିଁ । ଏଭଳି ଲୋକଙ୍କୁ ଟିକେଟ୍ ଦିଆଗଲା ଯାହାଙ୍କ ନାଁ ସର୍ଭେରେ ହିଁ ନାହିଁ । ଏଥିପାଇଁ ସେ ବିଜେପି ଉପରେ ବଡ ହମଲା କରିଥିଲେ । ସେ କହିଥିଲେ ବିଜେପି ଏବେ କୁଶାଭାଉ ଠାକରେଙ୍କ ସମୟର ପାର୍ଟି ନାହିଁ ଯେ ଏହି ପାର୍ଟିକୁ ଜିରୋରୁ ହିରୋ ବନାଇଥିଲେ । ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲୁଥିଲେ କିନ୍ତୁ ଆଜି ସେହି ପାର୍ଟିର ବରିଷ୍ଠ ନେତାଙ୍କୁ କେହି ପଚାରୁ ନାହାନ୍ତି । ବରିଷ୍ଠ ନେତାଙ୍କ ସହଯୋଗ ବିନା ପାର୍ଟିର ଭବିଷ୍ୟ ଅନ୍ଧକାରମୟ । ଲୋକସଭା ନିର୍ବାଚନରେ ମଧ୍ୟ ପାର୍ଟିକୁ ଅନେକ ସଙ୍କଟର ସାମ୍ନା କରିବାକୁ ପଡିବ ।