ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ନାତି ବାବୁଲା ନିଖୋଜ ନେଇ ମୁହଁ ଖୋଲିଲେ ପୁଅ ବୋହୁ ! କହିଲେ, ଅଯଥା ରାଜନୀତି ହେଉଛି

21

କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ନିଖୋଜ ନେଇ ରାଜନୀତି ଜୋର ହେବାରେ ଲାଗିଛି । ତାଙ୍କୁ ବିଜେଡି ଲୁଚାଇରଖିଛି ବୋଲି ବିଜେପି ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ତାଙ୍କ ବାପା ମାଆ । ଜୟପୁରରେ ସୁଜାତା ପଣ୍ଡା କହିଛନ୍ତି, ବାବୁଲାଙ୍କ ଅପହରଣ କରାଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ସତ ନୁହେଁ ।

ଗତକାଲି ବାବୁଲା ନିଖୋଜ ପଛରେ ବିଜେଡିର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଥିଲା । ଏହାପଛରେ ଦଳର ଦୁଇ ନେତା ପ୍ରଣବ ପ୍ରକାଶ ଦାସ ଓ ରବି ନନ୍ଦଙ୍କୁ ଟାର୍ଗେଟ କରିଥିଲେ ଦଳ ବିଧାୟକ ପ୍ରଦୀପ ପୁରୋହିତ । ପରେ ବିଜେଡି ଏହାକୁ ଖଣ୍ଡନକରିଥିଲା । ୧୬ ତାରିଖରେ ଲକ୍ଷ୍ମୀ ପଣ୍ଡାଙ୍କ ଦାୟାଦଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ସାମିଲ ହେବାକୁ ବାପା ମାଙ୍କ ସହ ଆସିଥିଲେ ବାବୁଲା ପଣ୍ଡା ।

ଦେଖନ୍ତୁ ଏହି ଭିଡିଓ –

ସେହିପରି, ବାବୁଲା ପଣ୍ଡା ନିଖୋଜ ଘଟଣାରେ ପୁଲିସ ଡିଜି କେବି ସିଂହ ସୂଚନା ଦେଇଛନ୍ତି । ବାବୁଲା ଛୋଟ ପିଲା ନୁହଁନ୍ତି । ବାବୁଲାଙ୍କ ନମ୍ବରକୁ ଟ୍ରାକ କରାଯାଇଥିଲା । ଶେଷ ଥର ପାଇଁ ୧୮ ତାରିଖରେ ମେଂଚଶ୍ୱରରେ ତାଙ୍କ ନମ୍ବର ଟ୍ରାକ କରାଯାଇଥିଲା । ଏହା ପରେ ତାଙ୍କ ଫୋନ ବନ୍ଦ ରହିଥିଲା । ବାବୁଲାଙ୍କ ନମ୍ବରକୁ ଏକ ମହିଳାଙ୍କ ନମ୍ବରକୁ ଡାଇଭର୍ଟ କରାଯାଇଥିଲା । ସଂପୃକ୍ତ ମହିଳାଙ୍କୁ ଡାକି ପୁଲିସ ପଚରାଉଚରା କରିଥିବା ଡିଜି କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –