ରହସ୍ୟମୟ ଉଦ୍ଭାନ ନାଟକୀୟ ଉଦ୍ଧାର ! ସାମ୍ନାକୁ ଆସିଲା ବାବୁଲାଙ୍କ ସାଂଘାତିକ ସତ

27

କନକ ବ୍ୟୁରୋ : ମୋଦିଙ୍କ ଠାରୁ ସମ୍ମାନୀତ ହୋଇ ଅଧାବାଟରେ ନିଖୋଜ ଘଟଣା ଯେତିକି ବିବାଦୀୟ ହୋଇଛି, ତାଠାରୁ ଏବେ ଅଧିକ ଚିନ୍ତାଜନକ ହୋଇଛି ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ଡାକ୍ତର କହିଛନ୍ତି, ଅବସ୍ଥାରେ ଟିକିଏ ସୁଧାର ଆସିଛି, ଏବେ ବି ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି । ବାବୁଲା ଠିକ ହେବା ପରେ ତାଙ୍କ ନିଖୋଜ ରହସ୍ୟରୁ ପରଦା ହଟିପାରେ । ତେବେ ଆଜି କନକ ନ୍ୟୁଜ ହାତରେ ଲାଗିଛି ବାବୁଲା ପଣ୍ଡା ଉଦ୍ଧାର ଘଟଣାର ପୁରା ଚିତ୍ର ।

ବାବୁଲା ପଣ୍ଡାଙ୍କୁ ରାସ୍ତା କଡରୁ ଉଦ୍ଧାର କରିଥିଲେ ଜଣେ ଟ୍ରକ ଡ୍ରାଇଭର । ମଂଚେଶ୍ୱର ଶିଳ୍ପାଂଚଳ ରାସ୍ତା କଡରେ ଏକ ଡ୍ରେନ ନିକଟରେ ବାବୁଲା ପଡିଥିବା ଦେଖିଥିଲେ ଡ୍ରାଇଭର ଜଣକ । ତାଙ୍କ ପାଟିରୁ ଫେଣ ବାହାରୁଥିଲା । ପରିଚୟ ଜାଣିନଥିଲେ ବି ଟ୍ରକ ଡ୍ରାଇଭର ତାଙ୍କୁ ଉଦ୍ଧାର କରି କିଛି ଜଳଖିଆ ଖାଇବାକୁ ଦେଇଥିଲେ । ପାଖରେ ଥିବା ଏହି ଚାଳିଆ ହୋଟେଲକୁ ନେଇ ଗାଧୁଆ ପାଧୁଆ କରାଇଥିଲେ । ହୋସ ଆସିବା ପରେ ନିଜ ନାଁ ଓ ଗାଁ କହିଥିଲେ ବାବୁଲା ପଣ୍ଡା । ତାଙ୍କ ସଂପର୍କରେ ଖବରକାଗଜରେ ପଢିଥିବା ହୋଟେଲ ମାଲିକ ପୋଲିସ କଂଟ୍ରୋଲ ରୁମକୁ ଖବର ଦେବା ପରେ ପିସିଆର ଭ୍ୟାନ ପହଂଚି ବାବୁଲାଙ୍କୁ ଉଦ୍ଧାର କରିଥିଲା ।

ରାଜଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ସମ୍ମାନ ଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟାଦ । ହେଲେ ବିଡମ୍ବନା, କାର୍ଯ୍ୟକ୍ରମର ୯ଦିନ ପରେ ରାସ୍ତାକଡ ଡ୍ରେନ ନିକଟରୁ ଉଦ୍ଧାର ହେଲେ ଲକ୍ଷ୍ମୀ ପଣ୍ଡାଙ୍କ ନାତି ।

ସମ୍ମାନ ପାଇଁ ବାପା, ମାଆଙ୍କ ସହ ଆସି ବାବୁଲା ହଠାତ ନିଖୋଜ ହୋଇଯିବା ଓ ପରେ ରାସ୍ତା କଡରୁ ଉଦ୍ଧାର ହେବା ପ୍ରସଙ୍ଗରେ ଜାରି ରହିଛି ରାଜନୈତିକ କାଦୁଅ ଫିଙ୍ଗା ଫୋପଡା । ବାବୁଲାଙ୍କ ପରିବାରକୁ କେନ୍ଦ୍ରମନ୍ତ୍ରୀ ଭେଟିବା ପରେ ପୁଣି ବିଜେପିକୁ ଟାର୍ଗେଟ କରିଛି ବିଜେଡି ।