ନିର୍ବାଚନୀ ଗୀତରେ ମମତାଙ୍କୁ କଟାକ୍ଷ କଲେ ଗାୟକ ବାବୁଲ ସୁପ୍ରିୟ । ବିଜେପି ସାଂସଦଙ୍କ ବିରୋଧରେ ଥାନାରେ ମାମଲା

217

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ଗୁଡ଼ିକ ଜୋରଦାର କଲେଣି ପ୍ରଚାର । ଏବେ ଗୀତ, ବୁକଲେଟ, ଜିଙ୍ଗିଲ୍ସ ଓ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି ପ୍ରଚାର । ଆଗକୁ ହାଇ ଭୋଲଟେଜ ପ୍ରଚାର ଜମିବ । ନିଜ ନିଜ ଦଳର ସପକ୍ଷରେ ପ୍ରଚାର କରିବା ସହ ବିଭିନ୍ନ ବିରୋଧୀ ଦଳକୁ ଟାର୍ଗେଟ କରିବେ ନେତା ।
ଏପରିସ୍ଥଳେ ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କୁ କଟାକ୍ଷ କରି ଜିଙ୍ଗିଲ୍ସ ପ୍ରସ୍ତୁତ କରିଥିଲେ ଖ୍ୟାତନାମା କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ । ତେବେ ଏପରି କିରବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ବାବୁଲ ସୁପ୍ରିୟୋ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜିଙ୍ଗିଲ୍ସରେ ଉଦ୍ଦେଶ୍ୟମୂଳକ ଭାବେ ମମତାଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରିବା ସହ ତାଙ୍କର ମାନହାନୀ ଘଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ମମତାଙ୍କ ଜଣେ ସମର୍ଥକ ଗୌରବ ଗୁପ୍ତା ପୁଲିସ୍ ଥାନାରେ ଏକ ଅଭିଯୋଗ ଆଗତ କରିଛନ୍ତି।

ସୂଚନାଯୋଗ୍ୟ ବାବୁଲ ସୁପ୍ରିୟୋ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜିଙ୍ଗିଲ୍ସର ଗୀତରେ ଅଛି; ଏଥର ଫୁଟିବ ପଦ୍ମ, ତୃଣମୂଳ ତୁମେ ବାଙ୍ଗଲା ଛାଡ଼ । ଏ ତୃଣମୂଳ ଆଉ ନୁହେଁ । ଦିଦି ପିନ୍ଧନ୍ତି ହାଓ୍ଵାଇ ଚଟି, ଭାଇମାନେ ସବୁ ତାଙ୍କ କୋଟିପତି । ଏ ତୃଣମୂଳ ଆଉ ନୁହେଁ . . (ଫୁଟ୍ବେ ଏବାର ପଦମ୍ ଫୁଲ୍, ବାଙ୍ଗଲା ଛାଡ଼ୋ ତୃଣମୂଲ । ଏ ତୃଣମୂଳ ଆର୍ ନା । ଦିଦି ପୋରେ ହାଓ୍ଵାଇ ଚଟି, ଭାୟେରା ସୋବାଏ କୋଟିପତି । ଏ ତୃଣମୂଲ ଆର୍ ନା. .)।