ବାବ୍ରୀ ମସଜିଦ୍ ଭଙ୍ଗା ମାମଲା ! ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଆଡଭାନୀ, ଉମାଭାରତୀ ସମେତ ୧୧ ବିଜେପି ନେତା

28

କନକ ବ୍ୟୁରୋ : ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମାଭାରତୀ, ବିନୟ କଟିୟାର ସମେତ ୧୧ ବିଜେପି ନେତା । ବିଜେପି ନେତାଙ୍କ ଛଡା ସିବିଆଇ କୋର୍ଟର ବିଚାରପତି ଏସକେ ଯାଦବ, ବିଶ୍ୱହିନ୍ଦୁ ପରିଷଦ ନେତା ବିଷ୍ଣ ହରି ଡାଲମିଆଁ ଓ ସ୍ୱାଧ୍ୱୀ ରୁତୁମ୍ଭରାଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଯୋଧ୍ୟା ବାବ୍ରୀ ମସଜିଦ ମାମଲାରେ ବିଜେପି ନେତାଙ୍କ ନାମରେ ମାମଲା ରୁଜୁ ହେବ । ସିବିଆଇ କୋର୍ଟରେ ବାବ୍ରୀ ମସଜିଦ ଭଙ୍ଗା ସଂପର୍କିତ ୨ଟି ଅଲଗା ଅଲଗା ମାମଲାର ଶୁଣାଣି କରୁଛନ୍ତି । ମହନ୍ତ ନୃତ୍ୟଗୋପାଳ ଦାସ, ମହନ୍ତ ରାମବିଳାସ ବେଦାନ୍ତୀ, ପ୍ରେମଜୀ, ଚଂପତ ରାୟ ବନସଲ, ମହନ୍ତ ଧର୍ମଦାସ ଓ ସତୀଶ ପ୍ରଧାନଙ୍କୁ ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅନ୍ୟ ମାମଲାରେ କୋର୍ଟରେ ହାଜର ହେବେ ।

ସୁପ୍ରିମକୋର୍ଟ ଅପ୍ରେଲ ୧୯ ତାରିଖରେ ଆଡଭାନୀ, ମୁରଲୀମନୋହର ଯୋଶୀ, ଉମାଭାରତୀ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।